ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ ରାଜଧାନୀ ସହରକୁ ଘନ କଳାଧୂଆଁର ବାଦଲ ଢାଙ୍କି ରହିଥିବାବେଳେ ଦୃଶ୍ୟମାନତା ହ୍ରାସ ପାଇଛି। ଏସିଡ୍‌ ବର୍ଷା ଯୋଗୁ ଘର ଓ କାର୍‌ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବାଦଲ ସହ ହାଇଡ୍ରୋକାର୍ବନ ଏବଂ ଧୂଆଁ ମିଶି ଥିବାରୁ ଲୋକଙ୍କ ଶ୍ୱାସକ୍ରିୟା କଷ୍ଟକର ହୋଇପଡ଼ିଛି। ପ୍ରାୟ ୧୨ ନିୟୁତ ଲୋକ ରହୁଥିବା ତେହରାନ୍‌ରେ ତୈଳ ଡିପୋ ଉପରେ ଆକ୍ରମଣ ଯୋଗ ବ୍ୟାପକ ଜନସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ଗଳାରେ ବ୍ୟଥା ଓ ଆଖି କୁଣ୍ଡେଇହେବା ସମସ୍ୟା ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକମାନଙ୍କୁ ଘରେ ରହିବା ପାଇଁ ପରିବେଶ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏସିଡ୍‌ ବର୍ଷା ମାନବ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ସେଥିରେ ସଲ୍‌ଫର, ନାଇଟ୍ରୋଜେନ୍‌ ଅକ୍ସାଇଡ ଓ ହାଇଡ୍ରୋକାର୍ବନ ଥାଇପାରେ ବୋଲି ଇରାନର ରେଡ୍‌ କ୍ରିସେଣ୍ଟ ସୋସାଇଟି ସତର୍କ କରାଇଛି। ତୈଳ ଅବାରିତ ଭାବେ ଜଳିଲେ ବାୟୁ ଓ ବର୍ଷା ବିଷାକ୍ତ ହେବାର ବୈଜ୍ଞାନିକ କାରଣ ରହିଛି। ଅଶୋଧିତ ତୈଳ ଜଳିଲେ ଅଙ୍ଗାରକାମ୍ଳ, ସଲ୍‌ପର ଓ ନାଇଟ୍ରୋଜେନ୍‌ ଛାଡ଼ିଥାଏ। ସଲ୍‌ଫର ଅକ୍ସିଜେନ୍‌ ସଂସ୍ପର୍ଶରେ ଆସି ସଲ୍‌ଫର ଡାଇଅକ୍ସାଇଡ୍‌ ସୃଷ୍ଟି ହୋଇଥାଏ। ଅତ୍ୟଧିକ ଉତ୍ତାପ ଯୋଗୁ ନାଇଟ୍ରୋଜେନ୍‌ ଓ ଅକ୍ସିଜେନ୍‌ ମିଶି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ସୃଷ୍ଟି ହୁଏ। ଏହା ବାୟୁମଣ୍ଡଳର ନିମ୍ନ ସ୍ତରରେ ମିଶି ସୂର୍ଯ୍ୟକିରଣ ଓ ପ୍ରଦୂଷିତ କଣିକା ସହ ମିଶି ଏକାଧିକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ସଲ୍‌ଫର ଡାଇଅକ୍ସାଇଡ ସଲ୍‌ଫର ଏସିଡ୍‌ରେ ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ନାଇଟ୍ରିକ୍‌ ଏସିଡରେ ପରିଣତ ହୋଇ ବାଦଲର ଜଳକଣା ସହ ମିଶି ଏସିଡ୍‌ ବର୍ଷା କରିଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି। ଉତ୍ତେଜନାକୁ ନେଇ…

ନମସ୍କାର ପକାଇ କଲେ ହ୍ୟାଣ୍ଡ୍‌ସେକ୍‌: ସନ୍ଧ୍ୟା ଭ୍ରମଣବେଳେ ଘଟିଗଲା…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଚିନ୍ନାରି.ରାଘବ ସୁବୁଦ୍ଧି ସନ୍ଧ୍ୟା ଭ୍ରମଣରେ ଯାଉଥିବାବେଳେ ଗାଁର ଶେଷ ମୁଣ୍ଡରେ ଜଣେ ହେଲିମେଟ ପିନ୍ଧିଥିବା…

ଚାଷୀଙ୍କ ପାଇଁ ନିର୍ମାଣ ହେଲା ପିଚୁ ରାସ୍ତା: ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସାରେ ପୋତିଲେ

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ କନ୍ତେଶିର ଗ୍ରାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇଟ କେନାଲ ପାଶର୍‌ବରେ ଅଧୀକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଜନ…

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ: ଭଙ୍ଗା କୁଡ଼ିଆରେ ବିତୁଛି ଜନପ୍ରତିନିଧିଙ୍କ ଜୀବନ

ଥୁଆମୂଳ ରାମପୁର, ୯ା୩ (ଦୁର୍ଗା କୀର୍ତ୍ତି): ସରକାର ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ କଳାହାଣ୍ଡି…

ଫାଇନାଲ୍‌ ପୂର୍ବରୁ ଏହି କାମ କରିଥିଲେ ଅଭିଷେକ ଶର୍ମା: ବିସ୍ଫୋରକ ବ୍ୟାଟିଂ ପରେ କଲେ ବଡ଼ ଖୁଲାସା

ଅହମ୍ମଦାବାଦ୍‌,୯।୩: ଟି୨୦ ବିଶ୍ୱକପରେ ଲଗାତାର ତିନିଥର ଶୂନରେ ଆଉଟ ହୋଇଥିଲେ ଅଭିଷେକ ଶର୍ମା। କିନ୍ତୁ ସେ ଟି୨୦ ବିଶ୍ୱକପ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଭାରତର ବିଜୟରେ…

ଆସନ୍ତାକାଲିଠାରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ପ୍ରସ୍ତୁତି ଜୋରଦାର

ପୁରୁଷୋତ୍ତମପୁର,୯।୩ (ସବିତା ମିଶ୍ର): ଗଞ୍ଜାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେବେ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri