Categories: ଜାତୀୟ

ରାଜଧାନୀରେ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ଏଠାରେ ଜଣେ ଛାତ୍ରୀଙ୍କ ଉପରେ ବାଇକ୍‌ରେ ଯାଉଥିବା କିଛି ଯୁବକ ଏସିଡ ଫିଙ୍ଗିଛନ୍ତି। ପୀଡିତାଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ଅଧିକାରୀ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସର ସୂଚନାନୁସାରେ, ପିଏସ୍‌ ମୋହନ ଗାର୍ଡେନ ଅଞ୍ଚଳର ଜଣେ ୧୭ ବର୍ଷୀୟା ଛାତ୍ରୀ ଯାଉଥିବାବେଳେ ୨ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ଉପରକୁ ଏସିଡ ଆକ୍ରମଣ କରିଥିଲେ। ଘଟଣା ସମୟରେ ଛାତ୍ରୀ ତାଙ୍କ ସାନ ଭଉଣୀ ତାଙ୍କ ସହିତ ଥିଲେ।
ଏହି ଘଟଣା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ଏହାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ। ଅପରାଧୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍‌। ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।

Share