Categories: ଜାତୀୟ

ଏସିଡ ମାଡ ଘଟଣା: ୩ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୪।୧୨: ଦିଲ୍ଲୀର ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଏସିଡ ମାଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଡିସିପି ଏମ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ବୁଧବାର ପଶ୍ଚିମ ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରେ ସ୍କୁଲକୁ ଯାଉଥିବା ସମୟରେ ଛାତ୍ରୀଙ୍କୁ ଦୁଇଜଣ ବାଇକରେ ଆସି ଏସିଡ ମାଡ କରିଥିଲେ। ଏଥିରେ ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥାରେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ବତନ୍ତ୍ର ସିପି ସାଗରପ୍ରୀତ ହୁଡା କହିଛନ୍ତି, ଅଭିଯୁକ୍ତଙ୍କୁ ସିସିଟିଭି ଫୁଟେଜରୁ ଚିହ୍ନଟ କରି ଗିରଫ କରାଯାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଚିନ ଆରୋରା ଏବଂ ହର୍ଷିତଙ୍କୁ ପ୍ରଥମେ ଗିରଫ କରାଯାଇଥିଲା, ତା’ପରେ ତାଙ୍କ ସହ-ଅଭିଯୁକ୍ତ ବିରେନ୍ଦ୍ର ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଭିଯୁକ୍ତମାନେ ଫ୍ଲିପକାର୍ଟରୁ ଏସିଡ କିଣିଥିଲେ। ଦୁଇ ବାଇକ ଆରୋହୀ ଅଭିଯୁକ୍ତ ପୀଡିତାଙ୍କ ଘର ନିକଟରେ ରହୁଥିଲେ।

Share