ନୂଆଦିଲ୍ଲୀ,୧୨।୩: ଦେଶର ପ୍ରମୁଖ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ ବା ଏୟାରଟେଲ୍ ଏବଂ ଆଇଡିଇଏମ୍ଆଇଏ ଗ୍ରୁପର ସହଯୋଗୀ ସଂସ୍ଥା ଆଇଡିଇଏମ୍ଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀ ପରିବେଶ ଉପଯୋଗୀ ଏବଂ ଶୂନ୍ୟ ନିର୍ଗମନ (ନେଟ୍ ଜିରୋ) ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରିବେ। ବିଶେଷକରି କମ୍ପାନୀ ଭର୍ଜିନୀ ପ୍ଲାଷ୍ଟିକରୁ ନିର୍ମିତ ସିମ୍ କାର୍ଡକୁ ପୁନଃବ୍ୟବହୃତ ପ୍ଲାଷ୍ଟିକକୁ ବଦଳାଇଛି। ଏଥିପାଇଁ ଆଇଡିଇଏମଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ସହିତ କମ୍ପାନୀ ସହଭାଗୀ ହୋଇଛି। ଅପରପକ୍ଷରେ ରିସାଇକ୍ଲିଡ୍ ପ୍ଲାଷ୍ଟିକରୁ ନିର୍ମିତ ସିମ୍ କାର୍ଡ ବ୍ୟବହାର କରୁଥିବା ଏୟାରଟେଲ୍ ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରିର ପ୍ରଥମ ଟେଲିକମ୍ କମ୍ପାନୀ ହୋଇଥିବାବେଳେ ଭର୍ଜିନୀ ପ୍ଲାଷ୍ଟିକ୍ ବଦଳରେ ବର୍ତ୍ତମାନ ରିସାଇକ୍ଲିଡ୍ ପ୍ଲାଷ୍ଟିକ୍ ସିମ୍ କାର୍ଡ ତିଆରିରେ ବ୍ୟବହୃତ ହେବ। ଫଳରେ ପ୍ଲାଷ୍ଟିକ ବ୍ୟବହାର ବର୍ଷକୁ ୧୬୫ଟନରୁ ଅଧିକ ହ୍ରାସ ପାଇବ। ଏପରିକି ୬୯୦ଟନରୁ ଅଧିକ ଅଙ୍ଗାରକାମ୍ଳ, ଡାଇଅକ୍ସାଇଡ୍ ନିର୍ଗମନ ମଧ୍ୟ ହ୍ରାସ ପାଇବ। ଭାରତୀ ଏୟାରଟେଲର ନିର୍ଦ୍ଦେଶକ (ଯୋଗାଣ ଶୃଙ୍ଖଳା)ପଙ୍କଜ ମିଗଲାନି କହିଛନ୍ତି, ଆମେ ଆଇଡିଇଏମଆଇଏ ସିକ୍ୟୁର ଟ୍ରାଞ୍ଜାକ୍ସନ ସହ ସହଭାଗିତା ଘୋଷଣା କରି ବେଶ୍ ଉତ୍ସାହିତ ଅଛୁ।
ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ
ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…
ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍
ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…
ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ
ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…
ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି
ତେହରାନ୍,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…
ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ
ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…
‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!
ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…
ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ
ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…
ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ
ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…
Archives

