ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲର ସଫଳତା

ଭୁବନେଶ୍ୱର,୩୦।୧୦ (ଅନୁରାଧା ମହାରଣା): ନିମୋନିଆ ଓ ଆକ୍ୟୁଟ୍‌ ରେସ୍ପିରେଟୋରି ଡିସ୍‌ଷ୍ଟ୍ରେସ୍‌ ସିଣ୍ଡ୍ରୋମ୍‌(ଏଆର୍‌ଡିଏସ୍‌)ରେ ପୀଡ଼ିତ ଜଣେ ୧୮ ମାସର ଶିଶୁର ଜୀବନ ବଞ୍ଚାଇ ହାଇଦ୍ରାବାଦସ୍ଥିତ ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଏକ ନୂଆ ସଫଳତା ହାସଲ କରିଛି। ଗୋଆର ଏହି ଶିଶୁଟି ଗୁରୁତର ଥିବାବେଳେ ପ୍ରାୟ ସପ୍ତାହେ ଧରି ରେସ୍ପିରେଟୋରି ସପୋର୍ଟରେ ରହିଥିଲା। ଏକ୍‌ମୋ ଚିକିତ୍ସା ଶିଶୁର ଜୀବନ ବଞ୍ଚାଇବାର ଏକମାତ୍ର ମାଧ୍ୟମ ହୋଇଥିବାବେଳେ ହସ୍ପିିଟାଲର ଡାକ୍ତର ଓ କର୍ମଚାରୀଙ୍କ ପ୍ରଚେଷ୍ଟାରେ ଶିଶୁଟି ନୂଆ ଜୀବନ ଫେରିପାଇଛି। ଇଣ୍ଟେନ୍‌ସିଭ୍‌ କେୟାର ସର୍ଭିସ୍‌ର ନିର୍ଦ୍ଦେଶକ ଡା. ଦିନେଶ କୁମାର ଚିରାଲାଙ୍କ କହିବାନୁସାରେ ଶିଶୁଟି ସମ୍ପର୍କରେ ସୂଚନା ପାଇବା ମାତ୍ରେ ହସ୍ପିଟାଲର ଶିଶୁ ବିଭାଗର ବିଶେଷଜ୍ଞ, ଏକ୍‌ମୋ ଚିକିତ୍ସାର ତାଲିମପ୍ରାପ୍ତ ପରଫ୍ୟୁଜୋନିଷ୍ଟ ଏବଂ ତାଲିମ ପ୍ରାପ୍ତ ନର୍ସଙ୍କ ସମେତ ବାୟୋମେଡିକାଲ ଏବଂ ଆଇସିଏଟିଟି ଟିମ୍‌ ଗୋଆ ହସ୍ପିଟାଲରେ ଏକ୍‌ମୋ ଚିକିତ୍ସା ଆରମ୍ଭ କରିବା ସହ ପିଲାଟିକୁ ରେନବୋ’ ଚିଲ୍‌ଡ୍ରେନ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ନ୍ୟୁନାଟୋଲୋଜିଷ୍ଟ ଡା. କପିଲ ବି ସଚାନେ ଓ ଡା. ସାଇରାମଙ୍କ ନେତୃତ୍ୱରେ ଶିଶୁଟିକୁ ସ୍ଥାନାନ୍ତରିତ କରାଯାଇଥିଲା। ପୂରା ଟିମ୍‌ର ୨୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ଫଳରେ ଶିଶୁଟି ଜୀବନ ଫେରିପାଇଥିବା ସେ କହିଛନ୍ତି। ଏକ୍‌ମୋ ଚିକିତ୍ସା ପ୍ରଦାନ ନେଇ ନିଷ୍ପତ୍ତି ନିଆଯିବାର ୪ ଘଣ୍ଟା ମଧ୍ୟରେ ପୂରା ଟିମ୍‌ ଗୋଆରେ ମାତ୍ର ୬ ଘଣ୍ଟା ମଧ୍ୟରେ ଏକ୍‌ମୋ ଚିକିତ୍ସା ଆରମ୍ଭ ହୋଇଯାଇଥିଲା। ତେବେ ଦେଶରେ ଏପରି ଚିକିତ୍ସା ପ୍ରଦାନରେ ଏହା ପ୍ରଥମ ଘଟଣା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହି ସଫଳତାରେ ଡା. ଫରାନ୍‌ ଶେଖ୍‌, ଡା. ଅନୁପମା ୟେରା, ଡା. ରମେଶ କଞ୍ଚରଲ ପ୍ରମୁଖ ଆନନ୍ଦ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri