Posted inଫୁରସତ

ବିଜ୍ଞାନରେ କୃତିତ୍ୱ

ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ ଦେଇ ଆଗକୁ ଚାଲିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ବୋଲି ପ୍ରମାଣିତ କରୁଛନ୍ତି। ପୁଣି ବିଜ୍ଞାନ କ୍ଷେତ୍ରରେ ଏମାନଙ୍କର ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ମହାକାଶରେ ପାଦ ଥାପି ନିଜ ପରାକାଷ୍ଠାକୁ ପ୍ରତିପାଦିତ କରିଛନ୍ତି। ତେବେ ବିଜ୍ଞାନ କ୍ଷେତ୍ରରେ ଆହୁରି ଦକ୍ଷତା ହାସଲ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଆସୁଅଛି। ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୫ ଡିସେମ୍ବର ୨୨ରେ ଏ ନେଇ ଏକ ରିଜଲ୍ୟୁଶନ ପାସ୍‌ କରିଥିଲା। ୨୦୧୬ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଉକ୍ତ ଦିବସର ସ୍ଲୋଗାନ ରହିଛି ‘ଇନୋଭେଟିଭ୍‌, ଡେମନଷ୍ଟ୍ରେଟିଭ, ଏଲିଭେଟ୍‌, ଆଡଭାନ୍ସ, ସଷ୍ଟେନ୍‌’। ବିଶେଷଭାବରେ ମହିଳାମାନଙ୍କୁ ବିଜ୍ଞାନ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ କରାଇବାକୁ ଏହି ଦିବସରେ ଗୁରୁତ୍ୱ ଦିଆଯାଇଥାଏ। ତା’ସହ ସମାଜରେ ସେମାନେ ଯେପରି ଅବହେଳିତ ନ ହୋଇ ସବୁ ପ୍ରକାର ସୁବିଧା ସୁଯୋଗ ହାସଲ କରିପାରନ୍ତି ସେଥି ନେଇ ମଧ୍ୟ ସଚେତନ ରହିବା ଆବଶ୍ୟକ।
ବିଜ୍ଞାନ କ୍ଷେତ୍ରକୁ ମହିଳାମାନେ ଅଧିକ ଆକର୍ଷିତ ହେବା ଆଲୋକବର୍ତ୍ତିକା ସାଜିଥିଲେ ମେରି କ୍ୟୁରୀ। ପ୍ରଗାଢ଼ ନିଷ୍ଠା ଏବଂ ଅଧ୍ୟବସାୟ ବଳରେ ସେ ଦୁଇ ଥର ନୋବେଲ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଥିଲେ। ପୋଲାଣ୍ଡରେ ଜନ୍ମିିତା ଏବଂ ପରବର୍ତ୍ତୀ ସମୟରେ ଫ୍ରାନ୍ସରେ ନିଜ ଗବେଷଣା ଜୀବନ ବିତାଇଥିବା ମେରି ୧୯୦୩ରେ ପ୍ରଥମେ ପଦାର୍ଥ ବିଜ୍ଞାନ ଏବଂ ୧୯୧୧ରେ ପୁଣି ଥରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରଦିପାତିତ କରି ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ। ଏଭଳି ସମ୍ମାନ ହାସଲ କରିବାରେ ସେ ଥିଲେ ପ୍ରଥମ ମହିଳା। ମେରିଙ୍କ ବ୍ୟତୀତ ତାଙ୍କ ଝିଅ ଆରିନ୍‌ ମଧ୍ୟ ୧୯୩୫ରେ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ମେରିଙ୍କ ରେଡିଏସନ ଉଦ୍ଭାବନ ଏବେ କ୍ୟାନ୍‌ସର ଚିକିତ୍ସାରେ ବିଶେଷ ଭୂମିକା ଗ୍ରହଣ କରିଛି।
ମେରି କ୍ୟୁରୀ ନୁହନ୍ତି ଆହୁରି ଅନେକ ମହିଳା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରି ଚର୍ଚ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି-ରୋସାଲିନ୍‌ ଫ୍ରାଙ୍କଲିନ୍‌ (ଡିଏନ୍‌ଏ ଷ୍ଟ୍ରକଚର), ଡୋରୋଥି ହଡଗକିନ୍‌ (ଇନ୍‌ସୁଲିନ୍‌ ଷ୍ଟ୍ରକଚର), କାରୋଲିନ୍‌ ହରଶ୍ଚେଲ (ଧୂମକେତୁ ଆବିଷ୍କାର କରିବାରେ ପ୍ରଥମ ମହିଳା), ସିସିଲା ପେନି ଗୋପୋସ୍କିଚିନ୍‌ (ନକ୍ଷତ୍ରର କମ୍ପୋଜିଶନ), ଇନ୍‌ଗି ଲେହମନ (ପୃଥିବୀର ଅଭ୍ୟନ୍ତର ଭାଗର କମ୍ପୋଜିଶନ) ଏବଂ ମେରି ଆନିଙ୍ଗ (ଡାଏନୋସରର ପୂର୍ଣ୍ଣାଙ୍ଗ ଜୀବାଶ୍ମ) ଅନ୍ୟତମ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri