Categories: ଜାତୀୟ

ଚାର୍ଜଶିଟ୍‌ ଦାଖଲ ନହେବା ପର୍ଯ୍ୟନ୍ତ ପୀଡ଼ିତାଙ୍କ ବୟାନ ହେବନି ପ୍ରକାଶ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୧୧ : ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନୁଯାୟୀ ବଳାତ୍କାର ପୀଡିତାଙ୍କ ବୟାନ ବାହାରେ ପ୍ରକାଶ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି।

ଏହି ଅବମାନନା ଆବେଦନ ଶୁଣାଣି ସମୟରେ ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ସହ ଜଡିତ ଶୁଣାଣି ନିୟମକୁ ପରିବର୍ତ୍ତନ ଏବଂ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅବମାନନା ଆବେଦନ କରିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ସିଆରପିସିର ଧାରା ୧୬୪ ଅନୁଯାୟୀ ନିଆଯାଇଥିବା ତାଙ୍କ ଝିଅର ବୟାନ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଦିଆଯାଇଛି। ଏହି ମାମଲାରେ କୋର୍ଟ ଏକ କଠୋର ମନ୍ତବ୍ୟ ଦେବା ସହିତ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି।

 

Share