ନାଗସାପ ଦେଖାଇ ଭୟଭୀତ କରୁଥିଲେ ଅଭିଯୁକ୍ତ:୪ ଅପହୃତଙ୍କୁ ଉଦ୍ଧାର କଲା ପୋଲିସ, ଜଣେ ଗିରଫ

ବ୍ରହ୍ମପୁର/ଦିଗପହଣ୍ଡି/ଚିକିଟି,୨୭ା୧(ସୁବାସ ଚନ୍ଦ୍ର ପାଢ଼ୀ/ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ପାଇଁ ଗତ ୪ ଦିନ ହେଲା ଗଞ୍ଜାମ ଜିଲାରେ ଅପହରଣକାରୀଙ୍କ କବଳରେ ଥିବା ଏକ ଫାଇନାନ୍ସ ସଂସ୍ଥାର ୪ କର୍ମଚାରୀ ସୋମବାର ଉଦ୍ଧାର ହୋଇଛନ୍ତି। ଅପହରଣକାରୀଙ୍କ କବଳରୁ ଜଣେ ଖସିଆସି ପୋଲିସର ଦ୍ୱାରସ୍ଥ ହେବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି। ସେମାନେ ହେଲେ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠସାହିର ଅହମ୍ମଦ ଖାନ୍‌, ଭୁବନେଶ୍ୱର ପାହାଳ ଥାନା ଅନ୍ତର୍ଗତ ଗଡ଼ ନହରକଣ୍ଟା ଗ୍ରାମର ଅମରଜିତ୍‌ ସାମନ୍ତସିଂହାର। ଅପହରଣକାରୀମାନେ ଏମାନଙ୍କୁ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟିଗଡ଼ ତହସିଲ କାର୍ଯ୍ୟାଳୟ ପଛପଟେ ଥିବା ଏକ ଅବ୍ୟବହୃତ କୁଡିଆରେ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ନାଗସାପ ଆଣି ଦଂଶନ ଭୟ ଦେଖାଉଥିଲେ। ପୋଲିସ ଉକ୍ତ କୁଡିଆକୁ ସିଲ୍‌ କରିବା ସହ ୩ଟି ସାପ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁଙ୍କୁ ଗିରଫ କରାଯାଇଛି। ମାଷ୍ଟରମାଇଣ୍ଡ ବ୍ରହ୍ମପୁରର ହୋଇଥିବା ବେଳେ ଏଥିରେ ଜିଲାର ୧୦ଜଣିଆ ଗ୍ୟାଙ୍ଗ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବ୍ରହ୍ମପୁର ଏସ୍‌ପି ଡ.ସର୍ବଣା ବିବେକ ଏମ. ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅଭିଯୁକ୍ତ ପୃଥ୍ବୀରାଜ ଏବଂ ତାଙ୍କ ସହଯୋଗୀମାନେ ଫାଇନାନ୍ସ ସଂସ୍ଥାର କର୍ମଚାରୀ ରବୀନ୍ଦ୍ରଙ୍କୁ ଏକ ପ୍ରୋଜେକ୍ଟ ପାଇଁ ଟଙ୍କା ଆବଶ୍ୟକ ଥିବା ବାହାନାରେ ଡକାଇଥିଲେ। ତେଣୁ ଗତ ଗୁରୁବାର ରବୀନ୍ଦ୍ରଙ୍କ ସମେତ ସଂସ୍ଥାର ଅନ୍ୟ ୩ କର୍ମଚାରୀ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ୨ଟି କାରରେ ନେଇ ନିସ୍ତୁକ ମାଡ଼ ମାରି ୨ କୋଟି ଟଙ୍କା ମାଗିଥିଲେ। ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ଚିକିଟି ନିକଟ କେରାଣ୍ଡିମାଳ ଜଙ୍ଗଲକୁ ନେଇ ମାଡ଼ ମାରିଥିଲେ। ସେଠାରୁ ଚିକିଟିଗଡ ଗ୍ରାମସ୍ଥିତ ଏକ ପରିତ୍ୟକ୍ତ କୁଡିଆରେ ହାତଗୋଡ ବାନ୍ଧି ପକାଇ ରଖିବା ସହ ସାପ ଆଣି ଦଂଶନ ଭୟ ଦେଖାଇଥିଲେ। ଅପହୃତ ରବୀନ୍ଦ୍ର କୌଶଳକ୍ରମେ ସୋମବାର ଭୋର୍‌ରେ ଅପହରଣକାରୀଙ୍କ କବଳରୁ ଖସିଆସି ନିକଟରେ ଥିବା ଚିକିଟି ତହସିଲଦାରଙ୍କ କ୍ୱାର୍ଟର୍ସ ଭିତରେ ପଶିଯାଇ ଆମକୁ ରକ୍ଷା କର ବୋଲି ଚିତ୍କାର କରିଥିଲେ। ତହସିଲଦାର ବିଶ୍ୱରଞ୍ଜନ କଅଁର ଘଟଣା ସମ୍ପର୍କରେ ଜାଣିବା ପରେ କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ରବୀନ୍ଦ୍ରଙ୍କ ସୂଚନାକ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରୁ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲା। ସେଠାରେ ଗଞ୍ଜେଇ ଗଛସବୁ କଟାଯାଇ ଗଦା ହୋଇଥିବା ମଧ୍ୟ ଦେଖାଯାଇଥିଲା। ଖବରପାଇ ଅବକାରୀ ଟିମ୍‌ ପହଞ୍ଚି ସେଗୁଡିକୁ ନଷ୍ଟ କରିିଛି। ରବୀନ୍ଦ୍ରଙ୍କ ଏତଲା ପ୍ରକାରେ କେ.ନୂଆଗାଁ ଥାନାରେ ଏକ ମାମଲା (ନଂ.୪୧/୨୫) ରୁଜୁ କରାଯାଇଛି। ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଖୁବ୍‌ଶୀଘ୍ର ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri