ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ

ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ କହିବା ପରେ ମାଣିକଙ୍କୁ କାକିନାଡ଼ା ପୋଲିସ ଗିରଫ କରିଛି। ଶୁକ୍ରବାର ଲିପିକାଙ୍କ ମୃତଦେହ ଉମରକୋଟରେ ପହଞ୍ଚତ୍ବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୱାଇଁ ମାଣିକଙ୍କୁ ଫାଶୀ ଦିଆଯାଉ ବୋଲି ଲିପିକାଙ୍କ ବାପା ତପନ ଦାବି କରିଛନ୍ତି। ଲିପିକାଙ୍କ ନାଁରେ ଥିବା ୪ ଏକର ଜମିକୁ ମାଣିକ ତାଙ୍କ ଭିଣୋଇଙ୍କୁ ବିକ୍ରୀ କରିଦେଇଥିବା ତପନ ଅଭିଯୋଗ କରିଛନ୍ତି।
୭ ବର୍ଷ ତଳେ ଲିପିକା ଓ ମାଣିକଙ୍କ ବିବାହ ହୋଇଥିଲା। ମେ ୮ ତାରିଖରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଲିପିକା ଉମରକୋଟ ଥାନାରେ ଏତଲା ଦେଇ ବାପଘରକୁ ପଳାଇଥିଲେ। ମାଣିକ ଲିପିକାଙ୍କୁ ନେବାକୁ ଆସିବାରୁ ଜୁନ୍‌ ମାସରେ ଗାଁରେ ଏକ ବୈଠକ କରାଯାଇ ଥିଲା। ଉକ୍ତ ବୈଠକ ନିଷ୍ପତ୍ତି ପରେ ଲିପିକା ତାଙ୍କ ଶାଶୁଘରକୁ ଯାଇଥିଲେ। ସେଠାରୁ ଉଭୟେ କାକିନାଡ଼ା ଯାଇଥିଲେ। ମାଣିକ କାକିନାଡ଼ାରେ ଏକ ହୋଟେଲରେ କାମ କରୁଥିଲେ। ସୋମବାର କାକିନାଡ଼ାରେ ରହୁଥିବା ଜଣେ ସାଙ୍ଗଙ୍କୁ ମାଣିକ ଫୋନ୍‌ କରି ମୂର୍ଚ୍ଛା ରୋଗରେ ଲିପିକାଙ୍କ ମୃତ୍ୟୁ ହୋଇଥିବା ଜଣାଇଥିଲେ। କିନ୍ତୁ ସାଙ୍ଗ ଜଣଙ୍କ ସେଠାରେ ପହଞ୍ଚତ୍ ଲିପିକାଙ୍କ ବେକରେ ଦାଗ ଥିବା ଦେଖିଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ତଦନ୍ତ କରିଥିଲା। ବାପା ହିଁ ମୋ ମା ର ଗଳାଚିପି ହତ୍ୟା କରିଛି ବୋଲି ଅଢ଼େଇବର୍ଷର ଝିଅ ମାହି ବୟାନ ଦେଇଥିଲେ। ଏହାପରେ ପୋଲିସ ମାଣିକଙ୍କୁ ଗିରଫ କରିଛି। ଲିପିକାଙ୍କୁ ମୂର୍ଚ୍ଛା ବେମାର ହେବା ପରେ ପାଟି ପାଖରେ ଆଙ୍ଗୁଠି ରଖିଥିଲି। ସେ ଆଙ୍ଗୁଠି କାମୁଡି ଦେବାରୁ ରାଗିକି ଗଳା ଚିପି ମାରିଦେଲି ବୋଲି ମାଣିକ କହିଛନ୍ତି। ଖବରପାଇ ଲିପିକାଙ୍କ ବାପା ତପନ କାକିନାଡ଼ା ଯାଇଥିଲେ। ସେଠାରୁ ଲିପିକାଙ୍କ ମୃତଦେହ ଓ ନାତୁଣୀଙ୍କୁ ଧରି କାରାଗାଁରେ ଫେରିଥିଲେ। ଲିପିକାଙ୍କ ମୃତଦେହ ସତ୍କାର ଶାଶୁଘର ଗାଁ ସିଲାଟିରେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri