ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ କୃଷ୍ନ ମାଝିଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକା ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ମାମଲାରୁ ଜଣାଯାଏ ଯେ ଗତ ୩୦ ତାରିଖରେ ଘରୋଇ କନ୍ଦଳକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଟିକିରି ଥାନା ଅନ୍ତର୍ଗତ ଚଣାପୁକେଲ ଗ୍ରାମରେ କୃଷ୍ନ ମାଝି ନିଜ ପତ୍ନୀ ହକା ମାଝିଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ବେକ ଏବଂ ବଭିନ୍ନ ସ୍ଥାନକୁ ଆଘାତ କରିଥିଲେ । ଘଟଣାସ୍ଥଳ‌ରେ ହକା ମାଝିଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ହକା ମାଝିଙ୍କ ଭାଇ ଗୋପାଳ ମାଝି ଟିକିରି ଥାନାରେ ହତ୍ୟା ମାମଲା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୃଷ୍ନ ମାଝିଙ୍କୁ ଗିରଫ କରିଥିଲା । ଏହି ହତ୍ୟା ଘଟଣାରେ ୨ ଜଣ ପ୍ରତ୍ୟକ୍ଷଦର୍ଷିଙ୍କ ସହ ମୋଟ ୧୫ ଜଣ କୋର୍ଟରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା ।

ସମସ୍ତ ସାକ୍ଷ ପ୍ରମାଣ ଭିତ୍ତି କରି କୋର୍ଟ ଦଫା ୩୦୨ରେ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ । ସରକାରଙ୍କ ତରଫରୁ ସରକାରୀ ଓକିଲ ରଜତ ରଞ୍ଜନ ଖଟୁଆ, ଅତିରିକ୍ତ ସରକାରୀ ଓକିଲ ଏବଂ ଏସ.ଏନ୍. ପ୍ରଧାନ, ଆସୋସିଏଟ୍ ଓକିଲ, ସ୍ପେଶାଲ ପିପି ଏସ୍.କେ. ଶର୍ମା, ରାୟଗଡାଙ୍କ ଦ୍ୱାରା ପରିଚାଳିତ ଓ ଯୁକ୍ତି ଉପସ୍ଥାପିତ କରିଥିଲେ । ପ୍ରତିପକ୍ଷଙ୍କ ପାଇଁ ଓକିଲ ଭାବେ ଶୁଭ୍ରା ପଣ୍ଡା ମାମଲା ଲଢି ଥିଲେ ।

 

Dharitri – Odisha’s No.1 Odia Daily

Share