Posted inଜାତୀୟ

ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…କୋଲକାତା କାଣ୍ଡରେ ଆରଜି ମେଡିକାଲର ପୂର୍ବ ଡାକ୍ତରଙ୍କ ବଡ଼ ଖୁଲାସା

କୋଲକାତା,୨୧।୮: କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ ପଡିଛି। ସିବିଆଇ ଲଗାତାର ୬ଦିନ ଧରି ତାଙ୍କୁ ଜେରା କରୁଛି। ଏହାରି ଭିତରେ କଲେର ପୂର୍ବ ଉପାଧ୍ୟକ୍ଷ ତଥା ଡ. ଅଖତର ଅଲ୍ଲୀ ସଞ୍ଜୟ ଓ ସନ୍ଦୀପଙ୍କ ସମ୍ପର୍କଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ, ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ବା ବଡିଗାର୍ଡ ଭାବେ କାମ କରୁଥିଲେ।

ସନ୍ଦୀପ ଘୋଷଙ୍କ ୪ଜଣ ବାଉନ୍ସରଙ୍କ ମଧ୍ୟରୁ ସଞ୍ଜୟ ଅନ୍ୟତମ ଥିଲେ। ଅଖତର ଆହୁରି କହିଛନ୍ତି, ଯେତେବେଳେ ସେ ସେହି ମେଡିକାଲ କଲେଜରେ କାର୍ଯ୍ୟରତ ଥିଲେ ସେତେବେଳେ ସେମିନାର ରୁମ୍‌ କିମ୍ବା ନର୍ସିଙ୍ଗ ଷ୍ଟାଫ ରୁମ୍‌ ପାଖକୁ ରାତିରେ କାହାକୁ ବି ଯିବାକୁ ଅନୁମତି ନ ଥିଲା। ସିସିଟିଭି କ୍ୟାମେରା ଲାଗିଥିଲା। କିନ୍ତୁ ଜଣେ ସ୍ବେଚ୍ଛାସେବୀ କିପରି ବିନା କାହା ଅନୁମତିରେ ପ୍ରବେଶ କରୁଥିଲା। ସିସିଟିଭି କ୍ୟାମେରା ଥାଇ ମଧ୍ୟ ସେଦିନ ରାତିରେ ଅଚଳ ହୋଇଗଲା। ସଞ୍ଜୟ ସେମିନାର ହଲ୍‌ରେ ପଶି କେମିତି ଏପରି ଘଟଣା ଘଟାଇଲା ତାହା ସମସ୍ତଙ୍କୁ ତାଜୁବ କରିଛି। ଏପରି କାଣ୍ଡରେ ଏକ ବଡ଼ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।

ହସ୍ପିଟାଲର ପୂର୍ବ ସୁପରିଟେଣ୍ଡଣ୍ଟ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅନୈତିକ କାର୍ଯ୍ୟରେ ସାମିଲ୍‌ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରୁଛନ୍ତି। ପୂର୍ବ ସୁପରିଟେଣ୍ଡଣ୍ଟ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ଦୁର୍ନୀତିରେ ସାମିଲ୍‌ ଅଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।
ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଲାଞ୍ଚ ନ ଦେଲ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ଏହାପରେ ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରୁଥିଲେ।

କୋଲକାତାର ଆର୍‌.ଜି. କର୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍ସରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାର କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ସିବିଆଇ ମାମଲାର ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଡିକାଲ କଲେଜରେ ଟ୍ରାନ୍ସଫର ପୋଷ୍ଟିଂ ପାଇଁ ଲାଞ୍ଚ କାରବାର ହେଉଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଛି। ସେହିପରି ଦୀର୍ଘଦିନ ଧରି ବେଆଇନ ଔଷଧ କାରବାର ମଧ୍ୟ ଆର୍‌.ଜି. କର୍‌ ମେଡିକାଲ କଲେଜରେ ହେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି।

ଏହି ବେଆଇନ ଔଷଧ ରାକେଟ ବର୍ଷ ବର୍ଷ ଧରି କେବଳ ଉକ୍ତ ମେଡିକାଲ କଲେଜ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅନ୍ୟାନ୍ୟ ମେଡିକାଲ କଲେଜକୁ ବ୍ୟାପିଛି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା କୋଟି କୋଟି ମୂଲ୍ୟର ଏହି ମେଡିସିନ ବିଭିନ୍ନ ଅବୈଧ ନେଟ୍‌ଓ୍ବାର୍କ ମାଧ୍ୟମରେ ଘରୋଇ ମେଡିକାଲ ଷ୍ଟୋରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି। ଯେଉଁ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀ ବିଭିନ୍ନ ଫୋରମ୍‌ରେ ଏହି ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସ୍ବର ଉଠାଉଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇ ବଳାତ୍କାର ଏବଂ ହତ୍ୟା କରାଯାଉଥିଲା। ତେବେ ଉଭୟ ଦୁର୍ନୀତିରେ ରାଜ୍ୟ ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଡାକ୍ତର ଏବଂ ବ୍ୟକ୍ତିବିଶେଷଙ୍କୁ ଖୋଜିବାକୁ ସିବିଆଇ ପ୍ରୟାସ ଜାରି ରଖିଛି। ଲାଞ୍ଚ ନେଇ ଡାକ୍ତରଙ୍କ ବଦଳି ଦୁର୍ନୀତିରେ କେତେଜଣ ଡାକ୍ତର ଏବଂ ରାଜ୍ୟ ପ୍ରଶାସନର ଗୋଟିଏ ରାକେଟ କାମ କରୁଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଡାକ୍ତରମାନେ ନିଜ ମନପସନ୍ଦର ମେଡିକାଲ କଲେଜକୁ ବଦଳିହେବାକୁ ଚାହୁଁଥିଲେ, ସେମାନଙ୍କୁ ପ୍ରାୟ ୨୦ରୁ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି। ଗତ ୯ରେ ଆର୍‌.ଜି. କର୍‌ ମେଡିକାଲ କଲେଜରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତା ଏହି ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ସେ ବିଭିନ୍ନ ଫୋରମରେ ଏହା ବିରୋଧରେ ପ୍ରତିବାଦ କରିଥିଲେ ବୋଲି ସିବିଆଇ କହିଛି। ଅନ୍ୟପକ୍ଷରେ, ଆର୍‌.ଜି. କର୍‌ ମେଡିକାଲ କଲେଜରେ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣ ହେଉଥିବା ନେଇ ଭାଜପା ନେତ୍ରୀ ଲକେଟ ଚାଟାର୍ଜୀ ଅଭିଯୋଗ କରିଛନ୍ତି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ରାଜ୍ୟ ସରକାରଙ୍କ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହଯୋଗରେ ହସ୍ପିଟାଲ କର୍ତ୍ତୃପକ୍ଷ ଚାଲାଣ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri