Posted inଜାତୀୟ

ସନ୍ଦୀପ ଘୋଷଙ୍କର ସୁରକ୍ଷା କର୍ମୀ ଥିଲେ ଅଭିଯୁକ୍ତ ସଞ୍ଜୟ…କୋଲକାତା କାଣ୍ଡରେ ଆରଜି ମେଡିକାଲର ପୂର୍ବ ଡାକ୍ତରଙ୍କ ବଡ଼ ଖୁଲାସା

କୋଲକାତା,୨୧।୮: କୋଲକାତା ମେଡିକାଲ କଲେଜରେ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲାରେ ପୁରା ଦେଶରେ ଆଲୋଡନ ଖେଳି ଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପରେ ଏବେ କଲେଜର ପୂର୍ବ ଅଧ୍ୟକ୍ଷ ତଥା ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନେଇ ଚହଳ ପଡିଛି। ସିବିଆଇ ଲଗାତାର ୬ଦିନ ଧରି ତାଙ୍କୁ ଜେରା କରୁଛି। ଏହାରି ଭିତରେ କଲେର ପୂର୍ବ ଉପାଧ୍ୟକ୍ଷ ତଥା ଡ. ଅଖତର ଅଲ୍ଲୀ ସଞ୍ଜୟ ଓ ସନ୍ଦୀପଙ୍କ ସମ୍ପର୍କଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ, ସନ୍ଦୀପ ଘୋଷଙ୍କ ସୁରକ୍ଷା କର୍ମୀ ବା ବଡିଗାର୍ଡ ଭାବେ କାମ କରୁଥିଲେ।

ସନ୍ଦୀପ ଘୋଷଙ୍କ ୪ଜଣ ବାଉନ୍ସରଙ୍କ ମଧ୍ୟରୁ ସଞ୍ଜୟ ଅନ୍ୟତମ ଥିଲେ। ଅଖତର ଆହୁରି କହିଛନ୍ତି, ଯେତେବେଳେ ସେ ସେହି ମେଡିକାଲ କଲେଜରେ କାର୍ଯ୍ୟରତ ଥିଲେ ସେତେବେଳେ ସେମିନାର ରୁମ୍‌ କିମ୍ବା ନର୍ସିଙ୍ଗ ଷ୍ଟାଫ ରୁମ୍‌ ପାଖକୁ ରାତିରେ କାହାକୁ ବି ଯିବାକୁ ଅନୁମତି ନ ଥିଲା। ସିସିଟିଭି କ୍ୟାମେରା ଲାଗିଥିଲା। କିନ୍ତୁ ଜଣେ ସ୍ବେଚ୍ଛାସେବୀ କିପରି ବିନା କାହା ଅନୁମତିରେ ପ୍ରବେଶ କରୁଥିଲା। ସିସିଟିଭି କ୍ୟାମେରା ଥାଇ ମଧ୍ୟ ସେଦିନ ରାତିରେ ଅଚଳ ହୋଇଗଲା। ସଞ୍ଜୟ ସେମିନାର ହଲ୍‌ରେ ପଶି କେମିତି ଏପରି ଘଟଣା ଘଟାଇଲା ତାହା ସମସ୍ତଙ୍କୁ ତାଜୁବ କରିଛି। ଏପରି କାଣ୍ଡରେ ଏକ ବଡ଼ ଷଡଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।

ହସ୍ପିଟାଲର ପୂର୍ବ ସୁପରିଟେଣ୍ଡଣ୍ଟ ଅଭିଯୋଗ ଆଣିଛନ୍ତି କି, ପୂର୍ବ ପ୍ରିନ୍ସପାଲ ସନ୍ଦୀପ କିଛି ଅନୈତିକ କାର୍ଯ୍ୟରେ ସାମିଲ୍‌ ଅଛନ୍ତି। ସେ ମୃତଦେହକୁ ବିକ୍ରି କରି ରାକେଟ ଚଳାଇଛନ୍ତି। ଚିହ୍ନଟ ହୋଇ ନ ଥିବା ମୃତଦେହକୁ ସେ ବିକ୍ରି କରୁଛନ୍ତି। ପୂର୍ବ ସୁପରିଟେଣ୍ଡଣ୍ଟ ଅଖତର ଅଲି ଏକ ଜାତୀୟ ଗଣମାଧ୍ୟକୁ ସାକ୍ଷାତକାରରେ କହିଛନ୍ତି, ସନ୍ଦୀପ ବାଂଲାଦେଶରେ ବାୟୋମେଡିକାଲ ଆବର୍ଜନା ଓ ମେଡିକାଲ ସପ୍ଲାଏ ଦୁର୍ନୀତିରେ ସାମିଲ୍‌ ଅଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି, ଏହି ରାକେଟ ଚଳାଇବା ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। ହେଲେ ଅଭିଯୁକ୍ତ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।
ଆରଜି ମେଡିକାଲରେ ଇସ୍ତଫା ଦେଇଥିବା ଏକ୍ସ ପ୍ରିନ୍ସପାଲଙ୍କୁ କିଛି ଘଣ୍ଟା ମଧ୍ୟରେ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ସୁପରିଟେଣ୍ଡଣ୍ଟ ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି କି, ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ଲାଞ୍ଚ ମାଗୁଥିଲେ। ଲାଞ୍ଚ ନ ଦେଲ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ଏହାପରେ ତାଙ୍କଠାରୁ ମୋଟା ଅଙ୍କର କଲେଜ ଫି ଆଦାୟ କରୁଥିଲେ।

କୋଲକାତାର ଆର୍‌.ଜି. କର୍‌ ମେଡିକାଲ କଲେଜ ଓ ହସ୍ପିଟାଲ୍ସରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ତଦନ୍ତ ଭାର କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିଛନ୍ତି। ସିବିଆଇ ମାମଲାର ତଦନ୍ତ ଜାରି ରଖିଛି। ତେବେ ଉକ୍ତ ମେଡିକାଲ କଲେଜରେ ଟ୍ରାନ୍ସଫର ପୋଷ୍ଟିଂ ପାଇଁ ଲାଞ୍ଚ କାରବାର ହେଉଥିବା ନେଇ ସିବିଆଇ ତଦନ୍ତରୁ ଜଣାପଡ଼ିଛି। ସେହିପରି ଦୀର୍ଘଦିନ ଧରି ବେଆଇନ ଔଷଧ କାରବାର ମଧ୍ୟ ଆର୍‌.ଜି. କର୍‌ ମେଡିକାଲ କଲେଜରେ ହେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି।

ଏହି ବେଆଇନ ଔଷଧ ରାକେଟ ବର୍ଷ ବର୍ଷ ଧରି କେବଳ ଉକ୍ତ ମେଡିକାଲ କଲେଜ ନୁହେଁ ବରଂ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଅନ୍ୟାନ୍ୟ ମେଡିକାଲ କଲେଜକୁ ବ୍ୟାପିଛି। ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ଦ୍ୱାରା କିଣାଯାଇଥିବା କୋଟି କୋଟି ମୂଲ୍ୟର ଏହି ମେଡିସିନ ବିଭିନ୍ନ ଅବୈଧ ନେଟ୍‌ଓ୍ବାର୍କ ମାଧ୍ୟମରେ ଘରୋଇ ମେଡିକାଲ ଷ୍ଟୋରଗୁଡ଼ିକୁ ସ୍ଥାନାନ୍ତରିତ କରାଯାଇଥିବା ସିବିଆଇ ସୂତ୍ରରୁ ପ୍ରକାଶ ପାଇଛି। ଯେଉଁ ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀ ବିଭିନ୍ନ ଫୋରମ୍‌ରେ ଏହି ଦୁର୍ନୀତି ଏବଂ ଅନିୟମିତତା ବିରୋଧରେ ସ୍ବର ଉଠାଉଥିଲେ ସେମାନଙ୍କୁ ଟାର୍ଗେଟ କରାଯାଇ ବଳାତ୍କାର ଏବଂ ହତ୍ୟା କରାଯାଉଥିଲା। ତେବେ ଉଭୟ ଦୁର୍ନୀତିରେ ରାଜ୍ୟ ସରକାରଙ୍କ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଡାକ୍ତର ଏବଂ ବ୍ୟକ୍ତିବିଶେଷଙ୍କୁ ଖୋଜିବାକୁ ସିବିଆଇ ପ୍ରୟାସ ଜାରି ରଖିଛି। ଲାଞ୍ଚ ନେଇ ଡାକ୍ତରଙ୍କ ବଦଳି ଦୁର୍ନୀତିରେ କେତେଜଣ ଡାକ୍ତର ଏବଂ ରାଜ୍ୟ ପ୍ରଶାସନର ଗୋଟିଏ ରାକେଟ କାମ କରୁଛି ବୋଲି ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଯେଉଁ ଡାକ୍ତରମାନେ ନିଜ ମନପସନ୍ଦର ମେଡିକାଲ କଲେଜକୁ ବଦଳିହେବାକୁ ଚାହୁଁଥିଲେ, ସେମାନଙ୍କୁ ପ୍ରାୟ ୨୦ରୁ ୩୦ ଲକ୍ଷ ଟଙ୍କା ଦେବାକୁ କୁହାଯାଉଛି। ଗତ ୯ରେ ଆର୍‌.ଜି. କର୍‌ ମେଡିକାଲ କଲେଜରେ ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ପୀଡ଼ିତା ଏହି ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ସେ ବିଭିନ୍ନ ଫୋରମରେ ଏହା ବିରୋଧରେ ପ୍ରତିବାଦ କରିଥିଲେ ବୋଲି ସିବିଆଇ କହିଛି। ଅନ୍ୟପକ୍ଷରେ, ଆର୍‌.ଜି. କର୍‌ ମେଡିକାଲ କଲେଜରେ ଅଙ୍ଗ ପ୍ରତ୍ୟଙ୍ଗ ଚାଲାଣ ହେଉଥିବା ନେଇ ଭାଜପା ନେତ୍ରୀ ଲକେଟ ଚାଟାର୍ଜୀ ଅଭିଯୋଗ କରିଛନ୍ତି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କ ଅଙ୍ଗ ପ୍ରତ୍ୟଙ୍ଗକୁ ରାଜ୍ୟ ସରକାରଙ୍କ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସହଯୋଗରେ ହସ୍ପିଟାଲ କର୍ତ୍ତୃପକ୍ଷ ଚାଲାଣ କରନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri