Posted inଜାତୀୟ

ଚମ୍ପାଇ ସୋରେନ ଯଦି ଭାଜପାକୁ ଯାଆନ୍ତି ତେବେ ସମର୍ଥନ ମିଳିବ କି ନାହିଁ ଜାଣନ୍ତୁ…

ଝାଡ଼ଖଣ୍ଡ,୨୧ା୮: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ଚମ୍ପାଇ ଏବେ କ’ଣ କରିବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଚମ୍ପାଇ କହିଛନ୍ତି, ମୋ’ ଚିନ୍ତାଧାରା ସହିତ ଖାପ ଖାଇଲା ଭଳି ନୂଆ ସାଥୀ ଖୋଜିବି ଏବଂ ତାଙ୍କ ସହିତ ଆଗକୁ ବଢ଼ିବି। ଜନସାଧାରଣଙ୍କ ଚାହିଦା ଯାହା ସେମିତି କରିବି।

ଅନ୍ୟପକ୍ଷରେ ଗାଁର ଆଦିବାସୀମାନେ କହିଛନ୍ତି ଯେ, ଚମ୍ପାଇଙ୍କ ପ୍ରତି ଅନ୍ୟାୟ କରାଯାଇଛି। ତାଙ୍କୁ ଅପମାନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପଦବୀରୁ ବାଧ୍ୟ କରି କାଢ଼ି ଦିଅଯାଇଛି। ଚମ୍ପାଇଙ୍କ ଯୋଗୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଆଗକୁ ବଢ଼ିଛି। ବର୍ତ୍ତମାନ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା କ୍ଷତିର ସମ୍ମୁଖୀନ ହୋଇପାରେ। ଚମ୍ପାଇ ମୁଖ୍ୟମନ୍ତ୍ରୀ ହୋଇ ରହିବା ଉଚିତ୍‌। ଭବିଷ୍ୟତରେ ସେ ଯାହା ପଦକ୍ଷେପ ନେବେ ଆମେ ସମର୍ଥନ କରିବୁ ବୋଲି କହିଛନ୍ତି। ସେମାନେ କହିଛନ୍ତି, ସେ ନିଜ ଦଳ ଗଠନ କରନ୍ତୁ କିମ୍ବା ଭାଜପା ସହିତ ଯାଆନ୍ତୁ। ଆମେ ସମର୍ଥନ କରିବୁ। ଆଉ କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ଯଦି ଚମ୍ପାଇ ସୋରେନ ଭାଜପାରେ ମିଶନ୍ତି ତେବେ ଆମେ ତାଙ୍କୁ ସମର୍ଥନ କରିବୁ ନାହିଁ। ତେବେ ଦେଖାଯାଉ ଚମ୍ପାଇ କ’ଣ ପଦକ୍ଷେପ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମମତା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ, କାହିଁକି ଏମିତି କହିଲେ ଅମିତ

ନୂଆଦିଲ୍ଲୀ,୮।୯: ତ୍ରୁଣମୂଳ କଂଗ୍ରେସ ରାଜ୍ୟ ସଭା ଏମପି ଜବାହର ସରକାରଙ୍କ ଇସ୍ତଫା ଉପରେ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ ଏହା ଉପରେ ପ୍ରତିକ୍ରିୟା...

ବ୍ରିଜ୍‌ ଭୂଷଣଙ୍କୁ କଡ଼ା ତାଗିଦ୍‌ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…

ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍‌ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ...

YouTube ଦେଖି ଡାକ୍ତର କଲେ ଅପରେଶନ, ୧୫ ବର୍ଷର ବାଳକ ମୃତ

ପାଟନା,୮।୯: ବିହାରର ଛପରା ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଏଠାରେ ଜଣେ ୧୫ ବର୍ଷର ବାଳକ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ଡାକ୍ତରଙ୍କ...

‘ବ୍ରିଜ ଭୂଷଣ କୌଣସି ଦେଶ ନୁହେଁ’…ଜବାବ ଦେଲେ ଭିନେଶ

ଚଣ୍ଡିଗଡ଼,୮।୯: କଂଗ୍ରେସରେ ଯୋଗଦେବା ପରେ ହରିୟାଣାର ଜୁଲାନା ଆସନରୁ ଟିକେଟ ପାଇଥିବା ରେସଲର ଭିନେଶ ଫୋଗାଟଙ୍କ ରାଜନୈତିକ ଅବତାର ଦେଖିବାକୁ ମିଳିଥିଲା। ତାଙ୍କ ଶାଶୁ ଘର...

ପୁଣି ରାଜ୍ୟ ସଭାରୁ ଆଉଜଣେ ଏମପିଙ୍କର ଇସ୍ତଫା, ରାଜ୍ୟ ରାଜନୀତିରେ ଚହଳ

କୋଲକାତା,୮।୯: ପୁଣି ରାଜ୍ୟ ସଭାରୁ ଇସ୍ତଫା ଦେଲେ ଆଉଜଣେ ଏମପି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି। ଆରଜି କର ହସ୍ପିଟାଲ ଘଟଣାକୁ ବିରୋଧ...

ମଣିପୁରରେ ହେଉଛି ହିଂସା, ମଜା କରୁଛନ୍ତି ଶାହା: ସଞ୍ଜୟ ରାଉତ

ମୁମ୍ବାଇ,୮।୯: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ...

ଭିନେଶଙ୍କୁ ନେଇ ଆସିଲା ବଡ଼ ଖବର, ରେଳବାଇ କହିଲା ଖେଳାଳିଙ୍କୁ…

ନୂଆଦିଲ୍ଲୀ,୮ା୯: କଂଗ୍ରେସରେ ଯୋଗଦେବା ପୂର୍ବରୁ ମହିଳା ରେସଲର ଭିନେଶ ଫୋଗଟ ରେଳବାଇରୁ ଇସ୍ତଫା ଦେଇଥିଲେ। ଏବେ ଉତ୍ତର ରେଳ ବିଭାଗ ଭିନେଶ ଏବଂ ବଜରଙ୍ଗ ପୁନିଆଙ୍କ...

ରେସିଡେଣ୍ଟ ଡାକ୍ତରଙ୍କ ବିବରଣୀ ମାଗିଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୮।୯: ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ମେଡିକାଲ କଲେଜ ଏବଂ ହସ୍ପିଟାଲର ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ବିଷୟରେ ବିସ୍ତୃତ ସୂଚନା ମାଗି ଏକ ବିଜ୍ଞପ୍ତି ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri