Categories: ଜାତୀୟ

ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୭।୨: ଜାନୁୟାରୀ ୨୬ରେ ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଲାଲ୍‌ କିଲ୍ଲାରେ ଘଟିଥିବା ହିଂସାର ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ ଟିମ୍‌ ଅଭିଯୁକ୍ତ ମନିନ୍ଦର ସିଂ ଓରଫ ମନିଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛି। ସେ ହିଂସା ସମୟରେ ଲାଲ୍‌ କିଲ୍ଲାରେ ଖଣ୍ଡା ବୁଲାଇଥିବା ଅଭିଯୋଗ ହୋଇଥିଲା। ଏସ୍‌ପି ଉତ୍ତର ସିଂଙ୍କ ନେତୃତ୍ୱରେ ଇନସ୍ପେକ୍ଟର ଶିବ କୁମାର, ଇନସ୍ପେକ୍ଟର ପଓ୍ବନ କୁମାର ଏବଂ ଇନସ୍ପେକ୍ଟର କରମବୀରଙ୍କୁ ଗଠିତ ଟିମ୍‌ ଦିଲ୍ଲୀର ପିତମପୁରା ଅଞ୍ଚଳରୁ ମନିନ୍ଦରଙ୍କୁ ଗିରଫ କରିଛନ୍ତି। ମନିନ୍ଦର କାର୍‌ ଏସି ମେକାନିକ୍‌ ଭାବେ କାମ କରନ୍ତି। ତାଙ୍କ ପାଖରୁ ୪.୩ ଫୁଟ ଲମ୍ବର ଖଣ୍ଡା ଜବତ ହୋଇଥିବା ପୋଲିସ କହିଛି। ସ୍ବରୂପନଗର ଅଞ୍ଚଳର ୬ ଜଣ ଳୋକଙ୍କୁ ଟ୍ରାକ୍ଟର ରାଲିରେ ଯୋଗଦେବା ପାଇଁ ମନିନ୍ଦର ପଠାଇଥିବା ପଚରାଉଚରା ସମୟରେ କହିଛନ୍ତି। ଖଣ୍ଡା ବୁଲାଇବା ଘଟଣାରୁ ଆନ୍ଦୋଳନକାରୀଙ୍କ ଉତ୍ସାହ ବଢ଼ିଥିଲା ଏବଂ ହିଂସାକାଣ୍ଡ ଘଟିଥିବା ପୋଲିସ କହିଛି।

Share