ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ ଅଫିସ,୪ା୧୦- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ବାମୀ ସୁବ୍ରତ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଆଇଆଇସି ସୁମିତ୍ରା ପାତ୍ର କହିଛନ୍ତି, ବ୍ରହ୍ମପୁରର ସୁବ୍ରତଙ୍କୁ ସେହି ଅଞ୍ଚଳର ଦୀପ୍ତିମୟୀ ସାହୁ ଗତ ଫେବୃୟାରୀରେ ଅନୁଗୋଳ କୋର୍ଟରେ ବିବାହ କରିଥିଲେ। କିଛିଦିନ ଭଲରେ ସଂସାର ଚାଲିବା ପରେ ସୁବ୍ରତ ଶ୍ୱଶୁର ଘରୁ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଜିଦ୍‌ କରିଥିଲେ। କିନ୍ତୁ ଦୀପ୍ତୀମୟୀ ଏହାକୁ ବାରଣ କରିବାକୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିଲା। ଗତ ୩୦ ତାରିଖରେ ଦୀପ୍ତିମୟୀଙ୍କୁ ମାରଧର କରିବା ସହ ସୁବ୍ରତ ବିଷ ପିଆଇ ଦେଇଥିଲେ। ପରେ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସ୍ବାମୀ ସୁବ୍ରତ ଅନୁଗୋଳର ଏକ ଘରୋଇ ମେଡିକାଲରେ ଚିକିତ୍ସା କରିଥିଲେ ହେଁ ୨ ତାରିଖରେ ଦୀପ୍ତିମୟୀଙ୍କ ମୃତ୍ୟୁ ହୋଇଯାଇଥିଲା। ଉପଯୁକ୍ତ ଚିକିସତ୍ା ଯୋଗାଇ ନ ଦେବା ସହ ଯୌତୁକ ପାଇଁ ଦୀପ୍ତିମୟୀଙ୍କୁ ତାଙ୍କ ସ୍ବାମୀ ବିଷ ପିଆଇ ମାରିଦେଇଥିବା ମହିଳାଙ୍କ ଭାଇ ଜିତେନ୍ଦ୍ର ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବା ପୋଲିସ ପ୍ରକାଶ କରିଛି।