ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା କରିବା ପରେ କ୍ରାଇମ୍‌ବ୍ରାଞ୍ଚ ୨ଟି ମାମଲା ଆଧାରରେ ତଦନ୍ତ ଚଳାଇଛି। ଏହାରି ମଧ୍ୟରେ ପୋଲିସ ଏବେ ଆତ୍ମରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନକୁ ମିଛ ପ୍ରମାଣିତ କରିବା ଲାଗି ପୋଲିସ ବାର୍‌, ରେଷ୍ଟୁରାଣ୍ଟ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ, ଗିରଫ ବ୍ୟକ୍ତିଙ୍କଠାରୁ ଭିଡିଓ ସଂଗ୍ରହ କରି ଭାଇରାଲ କରୁଥିବା ଅଭିଯୋଗ ହେଉଛି। ଯଦିଓ ଏଥିରୁ ଥାନାରେ ସେଦିନ କ’ଣ ଘଟିଲା ତାହାର ଠିକ କାରଣ ଜଣାପଡ଼ିନାହିଁ, ତଥାପି ପୀଡ଼ିତାଙ୍କ ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିବା ଓ ପୋଲିସ ନିଜକୁ ସ୍ବଚ୍ଛ ବୋଲି ଦାବି କରିବା ପାଇଁ ଏହା କିଛିମାତ୍ରାରେ ସହଯୋଗ କରିବ ବୋଲି ଏଭଳି ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଭିଡିଓ ଭାଇରାଲ ପଛରେ କାହାର ହାତ ରହିଛି ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସହ ଶନିବାର ଭୁବନେଶ୍ୱର ସାଇବର ସେଲ୍‌ରେ ତଦନ୍ତ ଚଳାଇଛି।

ଭରତପୁର ଥାନାରେ ଆର୍ମି ଅଫିସର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ସଙ୍ଗିନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହାର ପ୍ରତିବାଦ କରି ଅବସରପ୍ରାପ୍ତ ପୋଲିସ ସଂଘ ପକ୍ଷରୁ ଶନିବାର ପୋଲିସ ସେବା ଭବନରେ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ତଦନ୍ତ ନ ସରିବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହ ଏହି ଘଟଣାରେ ଯିଏ ବି ଦୋଷୀ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ସଂଘ ଖୁବ୍‌ଶୀଘ୍ର ପୋଲିସ ଡିଜି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏହି ଦାବି ଜଣାଇବ ବୋଲି ପୂର୍ବତନ ପୋଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି। ପୋଲିସ କର୍ମଚାରୀଙ୍କୁ ବଦଳି ତ କରାଗଲା, କିନ୍ତୁ ନିଲମ୍ବନ କାହିଁକି କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ସରିବା ପରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା। କିନ୍ତୁ ତାହା ଆଗରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

କଟକ,୨୨ା୯ (କାର୍ତ୍ତିକ ସାହୁ): ଭରତପୁର ଥାନାରେ ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି ପୋଲିସର ନିର୍ଯାତନା ମାମଲାରେ ଓଡ଼ିଶା ପୋଲିସ ଆସୋସିଏଶନ ମୁହଁ ଖୋଲିଛି। ଏହି ମାମଲାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀମାନଙ୍କ ଉପରୁ ପ୍ରଥମେ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି। ଏନେଇ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଆସୋସିଏଶନ୍‌ର କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆସୋସିଏଶନ୍‌ର ସଙ୍ଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି, ନିଲମ୍ବନ ପ୍ରତ୍ୟାହାର ପରେ ମାମଲାର ତଦନ୍ତ କରାଯାଉ। ତଦନ୍ତ ପରେ ଯେଉଁ ପୋଲିସ ଅଧିକାରୀ ଦୋଷୀ ବୋଲି ପ୍ରମାଣିତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର,୨୨ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ମାମଲାରେ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲୀଳମୟୀ ସାହୁ, ଏଏସ୍‌ଆଇ ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଂସଦାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହାର ପ୍ରତିବାଦରେ ମହିଳା ପୋଲିସଙ୍କ ପରିବାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏସ୍‌ଆଇ ବୈଶାଳିନୀ ଏବଂ ଏଏସ୍‌ଆଇ ସାଗରିକାଙ୍କ ପରିବାର ଲୋକ କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସହ ଗୁରୁଭନ୍ସ ଓ ଅଙ୍କିତାଙ୍କ ଉପରେ ଦୋଷ ଲଦିଛନ୍ତି। ସେମାନେ ପୋଲିସ କମିଶନରଙ୍କୁ ଭେଟି ଦାବି ଜଣାଇଛନ୍ତି। ଅକାରଣରେ ମହିଳା ପୋଲିସ କର୍ମଚାରୀଙ୍କୁ ଅପମାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ବୈଶାଳିନୀଙ୍କ ମା’ କହିଛନ୍ତି, ତାଙ୍କ ଝିଅକୁ ଆର୍ମି ଅଫିସର ଓ ବାନ୍ଧବୀ ମାଡ଼ ମାରିଛନ୍ତି। ମୋ’ ଝିଅକୁ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ruturaj Gaikwad Net Worth: ୨୯ ବର୍ଷରେ ପଦାର୍ପଣ କଲେ ଋତୁରାଜ ଗାୟକଓ୍ବାଡ, ଜାଣନ୍ତୁ କେତେ ଧନୀ CSK କ୍ୟାପଟେନ

ନୂଆଦିଲ୍ଲୀ,୩୧।୧: ଋତୁରାଜ ଗାୟକୱାଡ ଆଜି ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତ ପାଇଁ ODI ଏବଂ T20 ରେ ୩୨ ଟି ଅନ୍ତର୍ଜାତୀୟ ମ୍ୟାଚ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri