ପୋଲିସ ଭିଡିଓ ଭାଇରାଲ କରୁଥିବା ଅଭିଯୋଗ

ଭୁବନେଶ୍ୱର,୨୨ା୯(ସୂର୍ଯ୍ୟକାନ୍ତ ବେହେରା): ଭରତପୁର ଥାନାରେ ଆର୍ମି ଅଫିସର କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ସାରା ଦେଶ ନିନ୍ଦା କରିବା ପରେ କ୍ରାଇମ୍‌ବ୍ରାଞ୍ଚ ୨ଟି ମାମଲା ଆଧାରରେ ତଦନ୍ତ ଚଳାଇଛି। ଏହାରି ମଧ୍ୟରେ ପୋଲିସ ଏବେ ଆତ୍ମରକ୍ଷା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନକୁ ମିଛ ପ୍ରମାଣିତ କରିବା ଲାଗି ପୋଲିସ ବାର୍‌, ରେଷ୍ଟୁରାଣ୍ଟ ଓ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ, ଗିରଫ ବ୍ୟକ୍ତିଙ୍କଠାରୁ ଭିଡିଓ ସଂଗ୍ରହ କରି ଭାଇରାଲ କରୁଥିବା ଅଭିଯୋଗ ହେଉଛି। ଯଦିଓ ଏଥିରୁ ଥାନାରେ ସେଦିନ କ’ଣ ଘଟିଲା ତାହାର ଠିକ କାରଣ ଜଣାପଡ଼ିନାହିଁ, ତଥାପି ପୀଡ଼ିତାଙ୍କ ଭାବମୂର୍ତ୍ତିକୁ ଲୋକଲୋଚନକୁ ଆଣିବା ଓ ପୋଲିସ ନିଜକୁ ସ୍ବଚ୍ଛ ବୋଲି ଦାବି କରିବା ପାଇଁ ଏହା କିଛିମାତ୍ରାରେ ସହଯୋଗ କରିବ ବୋଲି ଏଭଳି ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଭିଡିଓ ଭାଇରାଲ ପଛରେ କାହାର ହାତ ରହିଛି ସେନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସହ ଶନିବାର ଭୁବନେଶ୍ୱର ସାଇବର ସେଲ୍‌ରେ ତଦନ୍ତ ଚଳାଇଛି।

ଭରତପୁର ଥାନାରେ ଆର୍ମି ଅଫିସର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି ସଙ୍ଗିନ ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହାର ପ୍ରତିବାଦ କରି ଅବସରପ୍ରାପ୍ତ ପୋଲିସ ସଂଘ ପକ୍ଷରୁ ଶନିବାର ପୋଲିସ ସେବା ଭବନରେ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ତଦନ୍ତ ନ ସରିବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଏଥିସହ ଏହି ଘଟଣାରେ ଯିଏ ବି ଦୋଷୀ ଥାଆନ୍ତୁ ନା କାହିଁକି ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ସେହିପରି ସଂଘ ଖୁବ୍‌ଶୀଘ୍ର ପୋଲିସ ଡିଜି, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏହି ଦାବି ଜଣାଇବ ବୋଲି ପୂର୍ବତନ ପୋଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି। ପୋଲିସ କର୍ମଚାରୀଙ୍କୁ ବଦଳି ତ କରାଗଲା, କିନ୍ତୁ ନିଲମ୍ବନ କାହିଁକି କରାଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ସରିବା ପରେ ଯିଏ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା। କିନ୍ତୁ ତାହା ଆଗରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

କଟକ,୨୨ା୯ (କାର୍ତ୍ତିକ ସାହୁ): ଭରତପୁର ଥାନାରେ ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି ପୋଲିସର ନିର୍ଯାତନା ମାମଲାରେ ଓଡ଼ିଶା ପୋଲିସ ଆସୋସିଏଶନ ମୁହଁ ଖୋଲିଛି। ଏହି ମାମଲାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀମାନଙ୍କ ଉପରୁ ପ୍ରଥମେ ନିଲମ୍ବନ ପ୍ରତ୍ୟାହାର କରିବାକୁ ଆସୋସିଏଶନ ପକ୍ଷରୁ ଦାବି ହୋଇଛି। ଏନେଇ କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ଆସୋସିଏଶନ୍‌ର କାର୍ଯ୍ୟାଳୟରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆସୋସିଏଶନ୍‌ର ସଙ୍ଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ କହିଛନ୍ତି, ନିଲମ୍ବନ ପ୍ରତ୍ୟାହାର ପରେ ମାମଲାର ତଦନ୍ତ କରାଯାଉ। ତଦନ୍ତ ପରେ ଯେଉଁ ପୋଲିସ ଅଧିକାରୀ ଦୋଷୀ ବୋଲି ପ୍ରମାଣିତ ହେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଆସୋସିଏଶନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର,୨୨ା୯(ସତ୍ୟଜିତ୍‌ ରାଉତ): ଭରତପୁର ଥାନା ନିର୍ଯାତନା ମାମଲାରେ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍‌ଆଇ ବୈଶାଳିନୀ ପଣ୍ଡା, ଏଏସ୍‌ଆଇ ସଲୀଳମୟୀ ସାହୁ, ଏଏସ୍‌ଆଇ ସାଗରିକା ରଥ ଏବଂ କନଷ୍ଟେବଳ ବଳରାମ ହାଂସଦାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହାର ପ୍ରତିବାଦରେ ମହିଳା ପୋଲିସଙ୍କ ପରିବାର ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଏସ୍‌ଆଇ ବୈଶାଳିନୀ ଏବଂ ଏଏସ୍‌ଆଇ ସାଗରିକାଙ୍କ ପରିବାର ଲୋକ କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ସାମ୍ନାରେ ପ୍ରତିବାଦ କରିବା ସହ ଗୁରୁଭନ୍ସ ଓ ଅଙ୍କିତାଙ୍କ ଉପରେ ଦୋଷ ଲଦିଛନ୍ତି। ସେମାନେ ପୋଲିସ କମିଶନରଙ୍କୁ ଭେଟି ଦାବି ଜଣାଇଛନ୍ତି। ଅକାରଣରେ ମହିଳା ପୋଲିସ କର୍ମଚାରୀଙ୍କୁ ଅପମାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି। ବୈଶାଳିନୀଙ୍କ ମା’ କହିଛନ୍ତି, ତାଙ୍କ ଝିଅକୁ ଆର୍ମି ଅଫିସର ଓ ବାନ୍ଧବୀ ମାଡ଼ ମାରିଛନ୍ତି। ମୋ’ ଝିଅକୁ ନ୍ୟାୟ ମିଳୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri