ହାଟଡିହୀ,୨୪l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଚଳିତ ମାସ ୭ ତାରିଖ ମଙ୍ଗଳବାର ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଗିରଫ ଭୟରେ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି। ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରିଣୀ ବିନିତା ଲାକ୍ରା କହିଛନ୍ତି।
ଜମିବାଡ଼ି ବିବାଦକୁ ନେଇ ଅନିଲ ବାରିକ ଏବଂ ମାତାଜୀ ବାରିକଙ୍କ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ମାତାଜୀ ବାରିକଙ୍କ ପରିବାର ଲୋକେ ଏବଂ ଅନ୍ୟ ଜିଲାର ତାଙ୍କ ସମ୍ପର୍କୀୟମାନେ ଅନିଲଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିଲେ।
ଏଥିରେ ଅନିଲଙ୍କ ସହ ତାଙ୍କ ସ୍ତ୍ରୀ ରମାମଣି, ପୁଅ ସୁଧାଂଶୁ(୧୪) ଏବଂ ଝିଅ ଇପସାଲି (୧୭) ଆହତ ହୋଇଥିଲେ। ରମାମଣି ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଅନିଲଙ୍କ ଅଭିଯୋଗକ୍ରମେ ଭଦ୍ରକ ଜିଲା ବନ୍ତ ଥାନା କୁମ୍ଭକରାଳ ଗ୍ରାମର ବୃନ୍ଦାବନ ବେହେରା ଏବଂ ଜମ୍ଭରାର ମାତାଜୀ ବାରିକ, କାଳନ୍ଦୀ ବାରିକ, ଦୋଳଗୋବିନ୍ଦ ବାରିକ, ରାମୁ ରଞ୍ଜନ ବାରିକ, ବିଶ୍ୱରଞ୍ଜନ ବାରିକ, ସ୍ମୃତିରଞ୍ଜନ ବାରିକ, ଚନ୍ଦ୍ରଶେଖର ବାରିକ, ଶୁକଦେବ ବାରିକ, ସୁନିତା ବାରିକ, ରମ୍ଭା ବାରିକଙ୍କ ନାମରେ ପୋଲିସ ମାମଲା(ନଂ. ୧୩୯/୨୦୨୬) ରୁଜୁ କରିଥିଲା। ଅନ୍ୟପକ୍ଷରୁ ମାତାଜୀ ବାରିକଙ୍କ ଅଭିଯୋଗ କ୍ରମେ ଏକ ପାଲଟା ମାମଲା (ନଂ. ୧୪୦/୨୦୨୬)ରୁଜୁ ହୋଇଛି। ଅପରପକ୍ଷେ ଗିରଫରୁ ବର୍ତ୍ତିବା ପାଇଁ ମାତାଜୀ ବାରିକଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରାଯାଇଛି।