ସୁରକ୍ଷାକର୍ମୀଙ୍କୁ ପୁଣି ମାଡ଼ ଅଭିଯୋଗ

ସମ୍ବଲପୁର,୭ା୨(ବ୍ୟୁରୋ): ସମ୍ବଲପୁର ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ଏଆଇପିଏଲ୍‌ ପୂର୍ବରୁ ବାଉନ୍‌ସର ଲଗାଇ ଡ୍ରାଇଭରମାନଙ୍କୁ ମାଡ ମାରିଥିବା ଅଭିଯୋଗକ୍ରମେ ଯୁଯୁମୁରା ଥାନାରେ ମାମଲା ରୁଜୁ ହୋଇଥିଲା। ଏବେ ଘରୋଇ ସୁରକ୍ଷାକର୍ମୀଙ୍କୁ ପୁଣି ବାଉନ୍‌ସର ଲଗାଇ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷାକର୍ମୀ ହିମାଂଶୁ ଶେଖର ସାହୁ, ସୁନିଲ କୁମାର ସାହୁଙ୍କୁ ମାଡ଼ ମରାଯାଇଥିବା ବେଳେ ତାଙ୍କ ସହକର୍ମିମାନେ ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ କ୍ରମେ ଗତ ୪ ତାରିଖରେ ନସ୍କାପାଲି ନିକଟରେ ରାତିରେ ଡ୍ୟୁଟିରେ ଥିଲେ। ସେ ସମୟରେ ଦୁଇଜଣଙ୍କ ଭିତରୁ ଜଣେ ଶୋଇ ପଡିଥିଲେ। ସେ ସମୟରେ କମ୍ପାନୀର ବାଉନ୍‌ସର ଓ କର୍ମଚାରୀ ଯାଇ ଶୋଇଥିବା ସମୟର ଫଟୋ ଉତ୍ତୋଳନ କରିଥିଲେ। ପରଦିନ ସକାଳେ ଗଡଗଡବାହାଲସ୍ଥିତ କ୍ୟାମ୍ପରେ ଚୋରି କରୁଥିବା ଅଭିଯୋଗ ଆଣି ମାଡ଼ ମାରିଥିଲେ। ଘଟଣାସ୍ଥଳକୁ ନେଇ ମଧ୍ୟ ସେମାନେ ମାଡ଼ ମାରିଥିଲେ। ଜୀବନ ବିପଦରେ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଶୁଣିବା ପରେ ତାଙ୍କ ସୁପରଭାଇଜରଙ୍କୁ ଡାକିବାକୁ କହିଥିଲେ। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇ ନାହିଁ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିବା ସୁପରଭାଇଜର ନ ଆସିବାରୁ ମାମଲା ରୁଜୁ ହୋଇ ନାହିଁ ବୋଲି ଥାନା ଅଧିକାରୀ ରାଜକୁମାର ବିଶ୍ୱାଳ କହିଛନ୍ତି। ଅନ୍ୟପଟେ ଚୋରି ଅଭିଯୋଗ କରି ପ୍ରମାଣିତ କରିବା ପାଇଁ କମ୍ପାନୀର କର୍ମଚାରୀମାନେ କରିଥିବା ଷଡଯନ୍ତ୍ର ଉପରେ ବୟାନ ଦେଇଛନ୍ତି କମ୍ପାନୀର ଜଣେ ଡ୍ରାଇଭର। ସେ କହିଛନ୍ତି, କୌଣସି ସାମଗ୍ରୀ ଚୋରି ହୋଇନାହିଁ। ଚୋରି ମାମଲାରେ ଫସାଇବାକୁ ଘଟଣାସ୍ଥଳ ନକ୍ସାପାଲିକୁ ନିଆଯାଇଥିଲା। ଉଭୟଙ୍କୁ ଗୁଡିରୁ ଓହ୍ଲାଇଦେଇ ରାସ୍ତାକଡରେ ଥିବା ବସ୍ତା ଉଠାଇବାକୁ ବାଉନ୍‌ସର ଓ କର୍ମଚାରୀମାନେ କହିଥିଲେ। ସେମାନେ ବସ୍ତା ଉଠାଇବା ସମୟରେ ମୋବାଇଲରେ ଫଟୋ ଉଠାଇଥିଲେ। ଏହି ଘଟଣା ମଧ୍ୟାହ୍ନ ପ୍ରାୟ ୧୨ଟାରେ ହୋଇଥିଲା । ସୁରକ୍ଷା କର୍ମୀମନେ ଚୋରି କରି ନାହାନ୍ତି ବୋଲି ସେ କହିଥିଲେ। ଘଟଣା ସମ୍ପର୍କରେ କମ୍ପାନୀ ଅଧିକାରୀ ଗୌରବ ଦାସ କହିଛନ୍ତି, ଚୋରି ଅଭିଯୋଗକୁ ନେଇ ସେମାନଙ୍କୁ ଅଟକ ରଖାଯାଇଥିଲା। ହେଲେ କୌଣସି ମାରପିଟ କରାଯାଇ ନ ଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ଚାମ୍ପିୟନ ଭାରତକୁ ଧରାଶାୟୀ କଲା ଆୟାର୍ଲାଣ୍ଡ

ବେଲ୍‌ଫାଷ୍ଟ, ୨୮ା୬: ଆୟର୍ଲାଣ୍ଡ ବିପକ୍ଷରେ ଭାରତର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌ ଅପ୍‌ ପୁଣି ବିଫଳ ହୋଇଛି। ସ୍ଥାନୀୟ ସିଭିଲ ସର୍ଭିସ କ୍ରିକେଟ କ୍ଲବଠାରେ ରବିବାର ଖେଳାଯାଇଥିବା ଦ୍ୱିତୀୟ…

ଟି୨୦ ବିଶ୍ୱକପରେ ଭାରତର ଅଭିଯାନ ଶେଷ

ଲଣ୍ଡନ, ୨୮।୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ ହୋଇଛି। ରବିବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆ…

କ୍ରିକେଟ ଟୁର୍ନାମେଣ୍ଟ, ସୋମପେଣ୍ଠା ବିଜୟୀ, ଖେଳାଳିଙ୍କୁ ଉତ୍ସାହିତ କଲେ ବିଧାୟକ

ଛତ୍ରପୁର,୨୮।୬(ଦିଲ୍ଲୀପି ସାମଲ): ଛତ୍ରପୁର ନିକଟସ୍ଥ ଟି. ନୂଆଁଗାଁ ପଡ଼ିଆରେ ଚାଲିଥିବା ଶ୍ରୀଶ୍ରୀ ବାବା ଅଗସ୍ତିଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ରଙ୍ଗେଈଲୁଣ୍ଡା ଏବଂ…

ସରକାରୀ ଚାକିରି ଦେବା ନାମରେ ୨୩ ଲକ୍ଷ ଠକେଇ

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ତିରୁମାଲା ମନ୍ଦିର ସୁପ୍ରଭାତ ସେବାରେ ଯୋଗଦେଲେ ଅନନ୍ତ ଅମ୍ବାନୀ, କଲେ ମୁଣ୍ଡନ

ତିରୁମାଲା,୨୮।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀ ରବିବାର ତିରୁମାଲାର ପାହାଡ଼ରେ ଅବସ୍ଥିତ ପବିତ୍ର ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଅନନ୍ତ ତିରୁମାଲାରେ…

ବ୍ରାଉନସୁଗାର ଜବତ ଘଟଣା: ୪ ଜଣଙ୍କ ମଧ୍ୟରୁ ଜେଲ ହାଜତକୁ ଗଲେ ୩, ଜଣେ ଖଲାସ

ହାଟଡିହୀ/କେନ୍ଦୁଝର,୨୮।୬(ଶୁଭକାନ୍ତ ନାୟକ/ନରେଶ ଚନ୍ଦ୍ର ପଟ୍ଟନାୟକ): ବ୍ରାଉନସୁଗାର ଜବତ ଘଟଣାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଜେଲ ହାଜତକୁ…

ଚେନ୍ନାଇରୁ ଘରକୁ ଫେରିବା ବାଟରେ ଶ୍ରମିକ ନିଖୋଜ, ଖୋଜିବା ପାଇଁ ସ୍ତ୍ରୀଙ୍କ ନିବେଦନ

ଦେବଗଡ,୨୮ା୬(ଶଶାଙ୍କ ଶେଖର ଝାଙ୍କର): ଚେନ୍ନାଇରୁ ଘରକୁ ଫେରୁଥିବା ସମୟରେ ଦେବଗଡ ଜିଲା ରିଆମାଳ ଥାନା ଅଞ୍ଚଳର ପୁରମୁଣ୍ଡା ଗ୍ରାମର ଜଣେ ଶ୍ରମିକ ନିଖୋଜ ହୋଇଯାଇଥିବା ଜଣାପଡିଛି ।…

ମହାନଦୀରେ ବୁଡ଼ିଗଲେ ୩ କଲେଜ ଛାତ୍ର

କଟକ,୨୮।୬(ପ୍ରଭୁକଲ୍ୟାଣ ପାଲ୍‌): ଜଗତପୁର ଖଇରା ବ୍ରିଜ ସାତବାଟିଆ ନିକଟ ମହାନଦୀରେ ଏକ ଅଘଟଣ ଘଟିଛି। ମହାନଦୀର ବୁଡ଼ି ୩ଜଣ କଲେଜ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri