ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୧୮।୪ (ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଦେଉଳିଧରପୁର ପଞ୍ଚାୟତ ଅଭୟମୁଖୀ କଣ୍ଟାସାହିରେ ସ୍ତ୍ରୀଙ୍କୁ କଟୁରିରେ ହାଣି ହତ୍ୟା ଓ ଝିଅଙ୍କୁ ଗୁରୁତର କରିବା ମାମଲାରେ ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ଜଲା ଓ ଦୌରାଜଜ ସୋମବାର ରାୟ ପ୍ରକାଶ କରିଛନ୍ତି। ମାମଲାର ୨ଟି ଦଫା (୩୦୨ ଓ ୩୦୭)ରେ ଅଭିଯୁକ୍ତ ସ୍ବାମୀ ବାମଦେବ ସାହୁ (୫୪)ଙ୍କୁ ପୃଥକ ଭାବେ ଆଜୀବନ ଜେଲଦଣ୍ଡ ହୋଇଛି। ଏଥିସହ ପ୍ରତ୍ୟେକ ଦଫାରେ ୫୦ ହଜାର ଲେଖାଏ ମୋଟ ୧ ଲକ୍ଷ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ବିଚାରପତି ସତ୍ୟନାରାୟଣ ପାତ୍ର ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଘରୋଇ କଳହକୁ କେନ୍ଦ୍ରକରି ୨୦୧୮ ମେ ୧୨ ପୂର୍ବାହ୍ନ ୧୦ଟାରେ ବାମଦେବ ଏକ କଟୁରିରେ ସ୍ତ୍ରୀ ରୀନାରାଣୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ବେକ ଓ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଏହି ସମୟରେ ନିକଟରେ ଥିବା ୧୫ ବର୍ଷୀୟା ଝିଅ ପୂଜାଶ୍ରୀ ତାଙ୍କ ମା’ଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବାବେଳେ ସେ ମଧ୍ୟ ବାପାଙ୍କ କଟୁରି ଚୋଟରେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ସ୍ତ୍ରୀ ରୀନାଙ୍କୁ ମୃତ ଘୋଷଣା କରିଥିଲେ। ରୀନାରାଣୀଙ୍କ ଭଉଣୀ ଝୁନୁଲତା ସାହୁଙ୍କ ଏତଲାକୁ ଭିତ୍ତି କରି ପୋଲିସ ଆଇପିସି ଦଫା ହତ୍ୟା ଓ ହତ୍ୟା ଉଦ୍ୟମରେ ଏକ ମାମଲା (ନଂ.୭୨/୨୦୧୮) ରୁଜୁ କରି ଅଭିଯୁକ୍ତ ବାମଦେବଙ୍କୁ ଗିରଫ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ଏନେଇ ପୋଲିସ ପକ୍ଷରୁ ଚାର୍ଜଶିଟ ଦାଖଲ କରାଯିବା ପରେ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ୨୧ଟି ଦସ୍ତାବିଜ ଓ ୧୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ପାଇବା ପରେ କୋର୍ଟ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସିଲିଳ କୁମାର ପ୍ରଧାନ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

ପ୍ରବଳ ଶୀତ ଯୋଗୁ ଘୋଷଣା ହେଲା ସ୍କୁଲ ଛୁଟି, ଡିସେମ୍ୱର ୧୪ ଯାଏ…

ନୂଆଦିଲ୍ଲୀ,୧୦।୧୨: ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଶୀତ ଲହରୀ, ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଡିସେମ୍ୱର ଦ୍ୱିତୀୟ ସପ୍ତାହ ପାଇଁ ସ୍କୁଲଗୁଡ଼ିକୁ ବନ୍ଦ ଘୋଷଣା...

ପୋଲିସକୁ ଦେଖି ହାଇସ୍ପିଡ୍‌ରେ ନେଉଥିଲେ ଗାଡ଼ି, ସିଧା ଯାଇ ଇଲେକ୍ଟ୍ରି ଖୁଣ୍ଟରେ…

ବଲାଙ୍ଗୀର,୧୦।୧୨(ସୁନିଲ ମହାନ୍ତି): ମଙ୍ଗଳବାର ବିଳମ୍ବିତ ରାତିରେ ଟାଉନଥାନା ପୋଲିସ ପାଟ୍ରୋଲିଂ ସମୟରେ ରେଲୱେ ଷ୍ଟେଶନ ସାଲେପାଲି ଛକ ନିକଟରେ କାରରେଆସି କିଛି ଯୁବକ  ରାସ୍ତାରେ ଯାଉଥିବା...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ଆମରଣ ଅନଶନରେ ଆୟୁଷ ଛାତ୍ରୀଛାତ୍ର : ଦେଲେ ଚେତାବନୀ, ଦାବି ପୂରଣ ନହେବା ଯାଏ…

ବଲାଙ୍ଗୀର, ୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ନିଖିଳ ଓ ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri