ଚୋରି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ବର୍ଷେ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଜରିମାନା

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ ଏକ ଚୋରି ମାମଲା (ଜିଆର -୫୪୪/୨୪)ର ଚୂଡାନ୍ତ ରାୟ ପ୍ରକାଶ କରି ଶୁକ୍ରବାର ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ଜଗନ୍ନାଥପୁର ଗ୍ରାମର ଜଗନ୍ନାଥ ବିଷୋୟୀ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଭାରତୀୟ ନ୍ୟାୟ ସଂହିତା ଧାରା-୩୩୧(୪) ଏବଂ ୩୦୫ ଅନୁଯାୟୀ ଅଭିଯୁକ୍ତଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦୟେ ଅଧିକା ୧ ମାସ କାରାଦଣ୍ଡ ପାଇଁ ମାଜିଷ୍ଟ୍ରେଟ ଆଦେଶ ଦେଇଛନ୍ତି। ତେବେ ଅଭିଯୁକ୍ତ ଜଣକ ଏହି ଆଦେଶ ବିରୋଧରେ ଉପରିସ୍ଥ କୋର୍ଟରେ ଆବେଦନ କରିପାରିବେ ବୋଲି ରାୟରେ ଉଲ୍ଲେଖ ରହିଛି।

ସୂଚନା ପ୍ରକାରେ, ଗତ ୨୦୨୪ ନଭେମ୍ବର ୨୧ ତାରିଖ ବିଳମ୍ବିତ ରାତିରେ ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସମ୍ମୁଖରେ ଥିବା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସ ରେ ବିଭିନ୍ନ ବ୍ୟବସାୟ କରୁଥିବା ସୁମିତ ପଟ୍ଟନାୟକ,ଆଶିଷ ରାଉତ, ସନିଆ ଡାକୁଆ, ଜନାର୍ଦ୍ଦନ ନାୟକଙ୍କ ଦୋକାନ ଘର ତାଲା ଭାଙ୍ଗି ଲାପଟପ, ସେଲୁନ ସାମଗ୍ରୀ,ସିସିଟିଭି କ୍ୟାମେରା, ସ୍ପିକର ବକ୍ସ, ସିସିଟିଭି ଯନ୍ତ୍ରାଂଶ,ଖାଦ୍ୟ ସାମଗ୍ରୀ ଏବଂ ୧୭୩୦୦ ଟଙ୍କା ଚୋରି ହୋଇଥିଲା। ଘଟଣାର ପରଦିନ ସକାଳେ ଏନେଇ ଦୋକାନ ମାଲିକମାନେ ଜାଣିବା ପରେ ଦିଗପହଣ୍ଡି ଥାନାରେ ମିଳିତ ଭାବେ ଏତଲା ଦେଇଥିଲେ।

ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୬୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ନିଗମ ଚଦ୍ର ପ୍ରଧାନ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସାକ୍ଷ୍ୟ ମାନଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ଚୋରି ଲାପଟପ ଜବତ କରି ଗତ ୨୦୨୪ ନଭେମ୍ବର ୨୮ ତାରିଖରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ।ଏହି ଚୋରି ଘଟଣାର ସବିଶେଷ ତଦନ୍ତ କରି ତଦନ୍ତକାରୀ ଅଧିକାରୀ ଏଏସଆଇ ଗତ ଜାନୁଆରୀ ୨୫ ତାରିଖରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ମାମଲାରେ ସମୁଦାୟ ୧୦ ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରାଯାଇଥିଲା। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ବିପ୍ଲବ କୁମାର ମୁଦୁଲି ଏବଂ ସରକାରୀ ଓକିଲ ନକୁଳ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ଗିରଫ ହେବା ପରଠାରୁ ଅଭିଯୁକ୍ତ ଜଣକ ଦିଗପହଣ୍ଡି ସବ ଜେଲରେ ଅନ୍ତେବାସୀ ଭାବେ ରହୁଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri