Posted inଜାତୀୟ

ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖାଯାଇ ପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୨୧।୬ : ଜଣେ ଯୁବତୀଙ୍କୁ ଅପହରଣ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ବିକାଶ ମହାଜନଙ୍କ ବେଞ୍ଚ କହିଛନ୍ତି ଅଭିଯୁକ୍ତଙ୍କୁ ଶିକ୍ଷା ଦେବା ପାଇଁ ଶୁଣାଣି ସମୟରେ ଜେଲଦଣ୍ଡକୁ ଅଧିକ ସମୟ ଦିଆଯାଇପାରିବ ନାହିଁ।

ପ୍ରାୟ ଦୁଇ ବର୍ଷ ନଅ ମାସ ଧରି ଜେଲରେ ଥିବା ଅଭିଯୁକ୍ତଙ୍କ ଏହି ମାମଲା ଶେଷ କରିବାକୁ ବହୁ ସମୟ ଲାଗିବ ବୋଲି କୋର୍ଟ କହିଛନ୍ତି। ଏଭଳି ପରିସ୍ଥିତିରେ କେବଳ ଅଭିଯୁକ୍ତଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିଚାର ଜାରି ରହିଥିବା ସମୟରେ ଜେଲ ସମୟ ସୀମା ବୃଦ୍ଧି କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଆବେଦନକାରୀଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପ୍ଟେମ୍ବର ୨୦୨୦ରେ ପୀଡିତା ଯୁବତୀଙ୍କ ସମ୍ପର୍କୀୟ ନିଖୋଜ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଯୁବତୀଙ୍କ ବାପା ଅଭିଯୋଗ କରିଥିଲେ ଅପହରଣକାରୀ ମୁକ୍ତି ପାଇଁ ୪୦ ଲକ୍ଷ ଟଙ୍କା ମାଗିଥିଲେ ଏବଂ ଯଦି ଦାବି ପୂରଣ ନ ହୁଏ ତେବେ ତାଙ୍କ ଝିଅକୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଶୁଣାଣି ବେଳେ କୋର୍ଟ କହିଛନ୍ତି ଜାମିନ ନାମଞ୍ଜୁର ହେବାର ଏହା ଏକମାତ୍ର ମାପଦଣ୍ଡ ନୁହେଁ।

କୋର୍ଟ କହିଛନ୍ତି ଦୋଷୀ ସାବ୍ୟସ୍ତ ହୋଇ ନ ଥିବା ବ୍ୟକ୍ତିଙ୍କୁ କେବଳ ସେତେବେଳେ ଜେଲରେ ରଖାଯିବା ଉଚିତ, ଯେତେବେଳେ ସେ ପ୍ରମାଈ ଅଦଳବଦଳ କିମ୍ବା ସାକ୍ଷୀମାନଙ୍କୁ ଧମକ ଦେବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁଯାୟୀ, ପୀଡିତା ସିଆରପିସିର ଧାରା ୧୬୪ ଅନୁଯାୟୀ ଏକ ବିବୃତ୍ତି ଦେଇଛନ୍ତି ତାଙ୍କୁ ଅଭିଯୁକ୍ତ ତଥା ତାଙ୍କ ପ୍ରେମିକା ଟଙ୍କା ପାଇଁ ଅପହରଣ କରି ନେଇଥିଲେ। ପୀଡିତା ଅଭିଯୋଗ କରିଛନ୍ତି, ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତଙ୍କ ଦ୍ୱାରା ତାଙ୍କ ମୋବାଇଲ ଫୋନ ମଧ୍ୟ ଛଡ଼ାଇ ନିଆ ଯାଇଥିଲା ଯେଉଁଥିରୁ କଲ ଏବଂ ହ୍ବାଟସ ଆପ ମେସେଜ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri