ବାସ୍ତୁ ଅନୁସାରେ  ଘରେ ରଖନ୍ତୁ ଏଭଳି ହାତୀ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…
* ଶୟନକକ୍ଷରେ ଯୋଡ଼ା ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ ପତ୍ନୀପତିଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ପାଇବା ସହ ପରସ୍ପର ପ୍ରତି ସମ୍ମାନ ବଢିଥାଏ।
* ଆଲମାରୀର କବାଟରେ ଶୁଣ୍ଢ ଉପରକୁ ଉଠାଇଥିବା ଦୁଇଟି ହାତୀଙ୍କ ମଝିରେ ମା’ ଲକ୍ଷ୍ମୀ ବସିଥିବାର ଫଟୋ ଲଗାଇଲେ କିମ୍ବା ଆଲମାରୀରେ ଏପରି ମୂର୍ତ୍ତି ରଖିଲେ ପରିବାରରେ ସୁଖସମୃଦ୍ଧି ବଢିବା ସହ ଆର୍ଥିକସ୍ଥିତି ମଜଭୁତ୍‌ ହୋଇଥାଏ।
* ଘରେ ଆର୍ଥିକ ଦୂରବସ୍ଥା ଲାଗି ରହୁଥିଲେ, ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ଘରେ ଥିବା କୂଅରେ ପକାଇଲେ କିମ୍ବା ନାଲି କନାରେ ତାହାକୁ ବାନ୍ଧି ଘରର ପ୍ରବେଶ ଦ୍ୱାରରେ ରଖିଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି।
*ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ହାତୀ ରହୁଥିବା ସ୍ଥାନରୁ କିଛି ମାଟି ଆଣି ସେଥିରେ ଘିଅ ଓ ପାଣି ମିଶାଇ ୬ଟି ଗୋଲି ତିଆରି କରି ସେଥିରେ ସିନ୍ଦୁର ଲଗାଇ ଗୋଟିଏ ଡବାରେ ଲୁଚାଇ ତାହାକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦେଲେ ସୁଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।