ରାଜ୍ୟରେ ୨୬ରୁ ବଢିବ ଶୀତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପାଗ ମେଘୁଆ ଓ କୋହଲା ରହିଥିବା ବେଳେ ପାଗରେ ପରିବର୍ତ୍ତନ ଆସିବ। ଧିରେ ଧିରେ ରାତି ତାପମାତ୍ରା କମିବ । ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବା ସହ ତାପମାତ୍ରା ପ୍ରାୟ ୫ ରୁ ୬ ଡିଗ୍ରୀ କମିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଅଧିକ ଘନୀଭୂତ ହୋଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ନଭେମ୍ବର ମାସରେ ବଙ୍ଗୋପସାରରେ ସୃଷ୍ଟ ଚତୁର୍ଥ ଲଘୁଚାପ ହେବ । ୨୯ କିମ୍ବା ୩୦ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁବ ।