ଶ୍ରାବଣ ମାସରେ ଚମକିବ ଏହି ୩ ରାଶିର ବ୍ୟକ୍ତିଙ୍କ ଭାଗ୍ୟ; ଚାକିରି କ୍ଷେତ୍ରରେ ଆସିପାରେ ନୂଆ ଅଫର୍‌

ଆରମ୍ଭ ହୋଇଛି ଶ୍ରାବଣ ମାସ। ଜୁଲାଇ ୨୫ରୁ ଏହା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୨୨ରେ ଶେଷ ହେବ। ମାସଟି ଭଗବାନ ଶିବଙ୍କ ପ୍ରିୟ ମାସ ବୋଲି କୁହାଯାଏ। ଏଣୁ ଲୋକମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ଆଜି ଆମେ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ମାସ କେଉଁ ୩ ରାଶି ପାଇଁ ଶିବଙ୍କ କୃପା ଆଣିଦେବ।

ମେଷ ରାଶି: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶିବଙ୍କ ବିଶେଷକୃପା ରହିବ। ଚାକିରିର ନୂଆ ଅଫର ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ବାକିଥିବା ଧନ ପୈଠ କରିେବେ। ତେବେ ମାସସାରା ମେଷ ରାଶି ଜାତକଧାରୀ ଶିବଲିଙ୍ଗ ଉପରେ ଜଳ ଢ଼ାଳନ୍ତୁ। ଏହାଦ୍ୱାରା ଭାଗ୍ୟ ପରିବର୍ତ୍ତନ ହେବ।

ମକର: ଅଗଷ୍ଟ ମାସରେ ମକର ରାଶିଧାରୀ ବିଶେଷ ଉପକୃତ ହେବେ। ଏହି ରାଶିରେ ଶନି ସାଢ଼େ ସାତି ଚାଲୁଛି। ହେଲେ ଏହି ମାସ ବହୁତ ଭଲ ରହିବ। ଶିବଙ୍କୁ ଆରାଧନା କରି କେହି ଶନିଙ୍କ ପ୍ରକୋପରୁ ରକ୍ଷା ପାଇପାରିବେ। ଚାକିରି କ୍ଷେତ୍ରରେ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି ହେବ। ରୋଜଗାର ବଢ଼ିବ।

କୁମ୍ଭ: ଶନିର ଏହି ରାଶି ଉପରେ ଶ୍ରାବଣ ମାସରେ ଭଗବାନ ଶିବଙ୍କ କୃପା ରହିବ। ଲାଭର ଅନେକ ଅବସର ପ୍ରାପ୍ତ ହେବ। ଆଶା ମୁତାବକ ଜାଗାରେ ଚାକିରି ମିଳିପାରେ। ଆୟ ବଢ଼ିବ। ଦୂର ଯାତ୍ରାର ମଧ୍ୟ ଯୋଗ ରହିଛି। ବ୍ୟବସାୟୀମାନେ ମଧ୍ୟ ଲାଭବାନ ହେବେ। ଶିବଙ୍କ ବିଶେଷ ପୂଜା କରିବା ଦ୍ୱାରା ଭାଗ୍ୟ ପରିବର୍ତ୍ତନ ହେବ।