ଦୁର୍ଘଟଣା ଯୋଗୁ ପ୍ରତିବର୍ଷ ୪ ଲକ୍ଷ କୋଟି କ୍ଷତି

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ରୋକିବା ନିମନ୍ତେ ସଡ଼କ ନିରାପତ୍ତା ନିୟମର କଡ଼ାକଡ଼ି ପ୍ରବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପୋଲିସ ଅଧିକାରୀ ଏବଂ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଏକ ଉଚ୍ଚସ୍ତରୀୟ ବଠୈକରେ ସଡ଼କ ନିରାପତ୍ତା ସ୍ଥିତି ସମୀକ୍ଷାକରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ସଡ଼କ ନିରାପତ୍ତା ସମ୍ବନ୍ଧିତ ସଦ୍ୟତମ ତଥ୍ୟ ଓ କାର୍ଯ୍ୟ ଯୋଜନା ଉପସ୍ଥାପନ କରିଥିଲେ। ଜିଲାପାଳ ଏବଂ ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସରେ ନିଜ ଜିଲାରେ ନିଆଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ଜାତୀୟସ୍ତରରେ ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁ ପ୍ରତିବର୍ଷ ଜିଡିପିର ପ୍ରାୟ ୩.୧୪ ଶତକଡ଼ା କ୍ଷତି ହେଉଛି; ଯାହା ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସହ ସମାନ। ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୭୬ ଶତକଡ଼ା ହେଉଛନ୍ତି ୧୮ରୁ ୪୫ ବର୍ଷ ବୟସ୍କ ଉତ୍ପାଦନକ୍ଷମ ବ୍ୟକ୍ତି। ଓଡ଼ିଶାରେ ସଡ଼କ ଦୁର୍ଘଟଣା ମୃତ୍ୟୁର ଶତକଡ଼ା ୪୧ ଭାଗ ହେଲ୍‌ମେଟ୍‌ ପିନ୍ଧି ନ ଥିବା ଯୋଗୁ ଘଟୁଛି। ଶତକଡ଼ା ୬୯ ଭାଗ ଦୁର୍ଘଟଣା ଦ୍ରୁତ ଗାଡିଚାଳନା ଯୋଗୁ ଘଟୁଛି। ୨୦୧୯ରେ ପ୍ରାୟ ୨୩୯୭ ଜଣ ୨ ଚକିଆ ଯାନ ଚାଳକ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ମସ୍ତିଷ୍କ ଆଘାତରେ ପ୍ରାଣ ହରାଇଛନ୍ତି। ୨୦୧୯ରେ ସମୁଦାୟ ୫୩୩୩ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୨୦ରେ ଏହା ୧୧ ଶତକଡ଼ାରୁ ଅଧିକ ହ୍ରାସ ପାଇଥିଲା। ଏହି ସମସ୍ତ ତଥ୍ୟର ବିଚାରକରି ଦ୍ରୁତ ଗାଡ଼ିଚାଳନା, ହେଲ୍‌ମେଟ୍‌ ପିନ୍ଧିବା ଆଦି ନିୟମକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେବା ସହ ପ୍ରତିବର୍ଷ କ୍ରମାଗତ ଭାବେ ମୃତ୍ୟୁ ସଂଖ୍ୟା କମାଇବା ନିମନ୍ତେ ଜିଲାଓ୍ବାରି କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜାତୀୟ ରାଜପଥ, ପୋଲିସ, ପରିବହନ ଅଧିକାରୀଙ୍କ ସମେତ ସଡ଼କ ନିରାପତ୍ତାରେ ଆଗ୍ରହୀ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ସଂଯୋଗ ସ୍ଥାନ ଠିକ୍‌ ପୂର୍ବର ‘ରମ୍ବଲ’ର ସତର୍କ ସୂଚନା ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣା ଘଟିବା ସ୍ଥାନରେ ଜୀବନ ସହାୟକ ଆମ୍ବୁଲାନ୍ସ ପହଞ୍ଚିବା ସମୟକୁ କମାଇବା ଏବଂ ଆମ୍ବୁଲାନ୍ସଗୁଡ଼ିକର ରିଅଲ ଟାଇମ୍‌ ପରିଚାଳନାକୁ ଅଧିକ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ଦୁର୍ଘଟଣା, ଉଦ୍ଧାର ଏବଂ ଏକ ଘଣ୍ଟା ମଧ୍ୟରେ ନିକଟବର୍ତ୍ତୀ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଚିକିତ୍ସା ଆଦି ବିଷୟକୁ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।
ଏହି ଅବସରରେ ମଧୁସୂଦନ ପାଢ଼ୀ କହିଛନ୍ତି, ୨୦୧୬ରେ ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଅନ୍ୟାନ୍ୟ ମୁଖ୍ୟ ରାସ୍ତା ଆଦିରେ ଚିହ୍ନଟ ହୋଇଥିବା ୨୮୬ଟି ଦୁର୍ଘଟଣାପ୍ରବଣ ସ୍ଥାନ(ବ୍ଲାକ୍‌ସ୍ପଟ୍‌)ର ଆଶୁ ସଂଶୋଧନ କାର୍ଯ୍ୟ ସରିଛି। ସେହିପରି ୨୦୧୭ରେ ଚିହ୍ନଟ ହୋଇଥିବା ୪୩୫ ଏବଂ ୨୦୧୮ରେ ଚିହ୍ନଟ ୨୭୫ଟି ବ୍ଲାକ୍‌ସ୍ପଟ୍‌ଗୁଡ଼ିକର ମଧ୍ୟ ଆଶୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ୨୦୧୯ରେ ୩୩୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ହୋଇଛି। ଉକ୍ତ ବ୍ଲାକ୍‌ସ୍ପଟ୍‌ଗୁଡ଼ିକର ମରାମତି କାର୍ଯ୍ୟ ତୁରନ୍ତ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତରଭାବେ ବ୍ଲାକ୍‌ସ୍ପଟ୍‌ ଚିହ୍ନଟ ଏବଂ ସେସବୁର ମରାମତି କାର୍ଯ୍ୟର ତଦାରଖ ଜିଲାସ୍ତରରେ କରିବା ସହ ଅଭିଯାନ ଭିତ୍ତିରେ ପ୍ରବର୍ତ୍ତନ ଏବଂ ସଚେତନତା କାର୍ଯ୍ୟକ୍ରମ ଚାଲୁରଖି ପ୍ରତିବର୍ଷ ଦୁର୍ଘଟଣା ହାର କମାଇବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳ ଏବଂ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri