ଲକ୍ଷ୍ମୀନଗର ଡାଇଭର୍ସନରେ ବଢୁଛି ଦୁର୍ଘଟଣା

କୋରେଇ,୨୫ା୨(ଡି.ଏନ.ଏ.): ଯାଜପୁର ଜିଲା ପାଣିକୋଇଲିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୨୦ର କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକ ନିକଟ ଡାଇଭର୍ସନରେ ଦୁର୍ଘଟଣା ବଢ଼ି ଚାଲିଛି। ଏଠାରେ ପଥଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯିବା କାରଣରୁ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି।
ଗୁରୁବାର କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଳତୀ ଗ୍ରାମର ବିଶ୍ବନାଥ ସେଠୀ ଓ ଶୁକଦେବ ରାଉଳ ଯାଜପୁର ରୋଡ୍‌ରୁ ବାଇକରେ ଘରକୁ ଫେରୁଥିଲେ। ଏତିକିବେଳେ ଡାଇଭର୍ସନଠାରେ ପଛରୁ ଆସୁଥିବା ଏକ ବୋଲର ଧକ୍କା ଦେବାରୁ ଉଭୟ ଛିଟିକି ପଡ଼ିଥିଲେ। ବିଶ୍ୱନାଥଙ୍କ ଗୋଡହାତ ଖଣ୍ଡିଆ ଖାବରା ହେବା ସହିତ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ, ବୋଲରଟି ଧକ୍କା ଦେଇ ଚାଲି ଯାଇଥିଲା। ରେଙ୍ଗାଲିରୁ କେନାଲ ଯୋଗେ ପାଣି ଆସିବା ପାଇଁ କେନାଲ କାର୍ଯ୍ୟ ଚାଲୁଛି। ସେହିପରି ୬ମାସରୁ ଅଧିକ ହେବ ଏହି ଛକର ଜାତୀୟ ରାଜପଥ ଉପରେ ପୋଲ ନିର୍ମାଣ ହେଉଛି। ତେଣୁ ନିର୍ମାଣ କାର୍ଯ୍ୟ ଚାଲୁଥିବା ରାସ୍ତା ପାର୍ଶ୍ୱକୁ ବନ୍ଦ କରାଯାଇ ଅନ୍ୟ ପଟରେ ଗାଡି ଚଳାଚଳ କରୁଛି। ଗାଡ଼ିଗୁଡ଼ିକ ଏ ପଟରୁ ସେପଟକୁ ଯିବା ପାଇଁ ଡାଇଭର୍ସନ ନିର୍ମାଣ କରାଯାଇଛି। କିନ୍ତୁ ପରିତାପର ବିଷୟ ଏହି ଡାଇଭର୍ସନ ନିକଟରେ ପଥଚାରୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଏଠାରେ କୌଣସି ଟ୍ରାଫିକ କି ଲାଇଟ ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ। ଆଗରୁ ଟ୍ରାଫିକ ପାଇଁ ଦୁଇ ସ୍ଥାନୀୟ ପିଲା କାମ କରୁଥିଲା ବେଳେ ଏବେ ସେମାନଙ୍କ ଦେଖା ମିଳୁନାହିଁ। ଯେଉଁ ହମ୍ପସ କରାଯାଇଥିଲା ସେସବୁ ନଷ୍ଟ ହୋଇଗଲାଣି। ଚିପସ, ବାଲି, ଏଣେତେଣେ ପଡିଛି। ଫଳରେ ପୋଲ ନିର୍ମାଣ ଅଞ୍ଚଳରେ ପଥଚାରୀଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।
୪ମାସ ତଳେ ଏହି ଡାଇଭର୍ସନ ନିକଟରେ ଏକ ଟ୍ରଲର ସହିତ କେନ୍ଦୁଝର ଜିଲା ଘଷିପୁରା ଥାନା ବସନ୍ତପୁରା ଗ୍ରାମର କାଳନ୍ଦୀ ଚରଣ ସାହୁ(୫୩)ଙ୍କ ବାଇକ୍‌ ଧକ୍କା ହେବାରୁ ତାଙ୍କର ମୃତ୍ୟୁହୋଇଥିବା ବେଳେ ସ୍ତ୍ରୀ ସାବିତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ପ୍ରତିଦିନ ଏହି ସ୍ଥାନରେ ଛୋଟ ମୋଟ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜଳ ସମ୍ପଦ ବିଭାଗ କିମ୍ବା ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ନ ଦେବା ବିଡମ୍ବନାର ବିଷୟ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ରାସ୍ତା ଦେଇ ଅନେକ ଉଚ୍ଚପଦସ୍ଥ ଅଧିକାରୀ ଯାଉଥିଲେ ମଧ୍ୟ ଏସବୁ ପ୍ରତି କାହାର ଧ୍ୟାନ ନାହିଁ। ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିର୍ମାଣାଧୀନ ଠିକାସଂସ୍ଥା କି ବିଭାଗୀୟ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ସେହିପରି ପୋଲ କାମରେ ନିୟୋଜିତ ଶ୍ରମିକମାନେ କୌଣସି ସେଫ୍ଟି କିଟ ବ୍ୟବହାର କରୁ ନ ଥିବା ଦେଖାଯାଉଛି। ତେଣୁ ଏଥିପ୍ରତି ଧ୍ୟାନ ଦିଆଯିବା ସହିତ ପଥଚାରୀଙ୍କ ସୁରକ୍ଷା ପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri