ନୟାଗଡ଼ ଜିଲାରେ ଦୁର୍ଘଟଣାଜନିତ ମୃତାହତ ଶୂନ

ନୟାଗଡ଼ ଅଫିସ,୯।୪: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିବା ପରେ ସରକାର ଓଡ଼ିଶା ଦିବସରୁ ୭ ଦିନ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ କରିଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହ ପାଳନ ଅବସରରେ ହେଲମେଟ, ମଦ୍ୟପାନକରି ଗାଡ଼ି ଚାଳନା, ସିଟ୍‌ବେଲ୍ଟ ଧରପଗଡ଼, ଓଭର ସ୍ପିଡ, ଓଭରଲୋଡ, ନାବାଳକ ଗାଡ଼ି ଚାଳନା, ଗାଡ଼ି ଚାଳନାବେଳେ ମୋବାଇଲରେ କଥାବାର୍ତ୍ତା ଧରପଗଡ଼ ଚାଲିବା ପରେ ସାଧାରଣରେ ଭୟ ସଞ୍ଚାର ହୋଇଥିଲା । ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ ପରେ ନୟାଗଡ଼ ଜିଲାରେ ଏହାର ସଫଳତା ମିଳିଛି । ୭ଦିନ ଭିତରେ ସଡ଼କ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ତେବେ ୭ଦିନ ଭିତରେ ୧୧ ଲକ୍ଷ ୫୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଏହି ସପ୍ତାହ ଶେଷ ପରେ ସାଧାରଣରେ ଆଶ୍ୱସ୍ତି ଦେଖିବାକୁ ମିଳିଛି । ଶନିବାର ସଡ଼କରେ ପୂର୍ବ ଅବସ୍ଥା ଫେରି ଆସିଛି ।
ଅନ୍ୟପକ୍ଷେ ଓଭର ସ୍ପିଡରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେବଳ ୧୫୧ଟି ଚାଲାଣ କଟା ଯାଇଛି । ହେଲମେଟ ନ ପିନ୍ଧି ବାଇକ ଚାଳନାରେ ମୋଟରେ ୧୧୨୯ ଚାଲାଣ କଟା ଯାଇଛି । ସିଟ୍‌ ବେଲ୍ଟ ନ ପିନ୍ଧି ଗାଡି ଚାଳନାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧୧୨ଟି ଚାଲାଣ କାଟିଛି । ମୋବାଇଲ ଫୋନ ବ୍ୟବହାର କରି ଗାଡ଼ି ଚାଳନା କରୁଥିବାବେଳେ ୬୩ ଚାଲାଣ କଟା ଯାଇଛି ା ମଦ୍ୟପାନକରି ଗାଡ଼ି ଚାଳନା କରୁଥିବାବେଳେ ପୋଲିସ ୩ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୧୩ଟି ଏପରି ମୋଟ୍‌ରେ ୧୬ ଚାଲାଣ କଟା ଯାଇଛି । ଗାଡ଼ିରେ ଅଧିକ ଯାତ୍ରୀ ନେବାରେ ପୋଲିସ ୧ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୪ଟି ଏପରି ମୋଟରେ ୫ ଚାଲାଣ କଟାଯାଇଛି । ଓଭର ଲୋଡରେ କେବଳ ଆଞ୍ଚଳିକ ପରିବହନ କାର୍ଯ୍ୟାୟ ୩ଟି ଚାଲାଣ କାଟିଛି । ସେହିପରି ବାଇକ୍‌ରେ ୩ଜଣ ବସି ଗାଡ଼ି ଚାଳନା କରି ଯାଉଥିବାବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୨୨ ଓ ପୋଲିସ ପକ୍ଷରୁ ୧୨୨ ଏପରି ମୋଟରେ ୧୪୪ ଚାଲାଣ କଟା ହୋଇଛି । ଭୁଲ ରାସ୍ତାରେ ଗାଡ଼ି ଚାଳନା କରି ପୋଲିସ ୧୭ଜଣଙ୍କ ଚାଲାଣ କାଟିଛି । ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ଭାବେ ପାର୍କିଂ କରି ପୋଲିସ ୨୪ ଜଣଙ୍କ ଚାଲାଣ କାଟି ପାରିଛି । ୨୪ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି । ୪ ନାବାଳକଙ୍କୁ ଧରାଯାଇ ୨୫ ହଜାର ଲେଖାଏଁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି । ପୋଲିସ ମୋଟ୍‌ରେ ୭୩୮ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୯୯୯ ଏପରି ମୋଟରେ ୧୭୩୭ ଚାଲାଣ କଟା ଯାଇଛି । ଅପରପକ୍ଷେ ୯ ବ୍ଲାକ ସ୍ପଷ୍ଟ ପ୍ରଚାର ପରେ ଭୟ ଦେଖା ଦେଇଛି । ସମ୍ପୃକ୍ତ ଅଞ୍ଚଳ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ.ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା, ଟାକେରା, ଏସ.ଆର. ପେଟ୍ରୋଲ ପମ୍ପ ଓ ସୁବଳୟା, ନୂଆଗଁା ଥାନାର ଲୁଣିସରା ଓ ସମ୍ପଡା, ନୟାଗଡ଼ ସଦର ଥାନାର ଶିମଳିସାହି, ଇଟାମାଟି ଥାନାର ଇଟାମାଟି ସିନେମାହଲ ଛକଠାରୁ ଖୁସି ଢ଼ାବା ପର୍ଯ୍ୟନ୍ତ ଓ ପଣ୍ଡୁସରଠାରୁ ହରେକୃଷ୍ଣପୁର ପର୍ଯ୍ୟନ୍ତରେ ଚାଳକମାନେ ଗାଡ଼ି ଧିରେ ଚଳାଉଥିବା ପରିଲକ୍ଷିତ ହେଉଛି । ଏନେଇ ଆରଟିଓ ପ୍ରଶାନ୍ତ ପରିଡ଼ା କୁହନ୍ତି ଦୁର୍ଘଟଣା ଜନିତ ମୃତ୍ୟୁଶୂନ୍ୟ ସପ୍ତାହରେ ଗଣମାଧ୍ୟମର ସହଯୋଗରୁ ଦୁର୍ଘଟଣାରେ ମୃତକ ସଂଖ୍ୟା ଶୂନ୍ୟ ହୋଇଗଲା । ପୋଲିସ ଓ ଆରଟିଓ ପକ୍ଷରୁ ଧରପଗଡ଼ ପରେ ସଡ଼କ ଯାତ୍ରାରେ ଶୃଙ୍ଖଳା ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri