ଦୁର୍ଘଟଣା: ସ୍ତ୍ରୀ ମୃତ, ସ୍ବାମୀ ଆହତ

ଝାରସୁଗୁଡ଼ା ଅଫିସ,୨୮ା୧: ବଡମାଲ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍‌ ଓ୍ବେର ସାପଡା ନିକଟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କାଦେଇ ଫେରାର୍‌ ହୋଇଯାଇଛି। ଏଥିରେ ବାଇକ୍‌ରେ ଥିବା ସ୍ତ୍ରୀ ମୃତବରଣ କରିଥିବାବେଳେ ସ୍ବାମୀ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମୃତା ମହିଳା ହେଲେ ସମ୍ବଲପୁର ମାନେଶ୍ୱରର କାଟ୍ରିନା ଜେନା(୫୨) ଓ ଆହତ ପୁରୁଷ ଜଣଙ୍କ ମନରଞ୍ଜନ ଜେନା(୬୮)। ପୋଲିସ୍‌ ମୃତଦେହ ଜବତକରି ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମହିଳାଙ୍କ ପୁତୁରା ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ବଡମାଲ ଥାନା କେସ ନଂ୨୬/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଓଡି୧୫ ଏଚ୍‌ ୦୬୮୮ନମ୍ବର ବାଇକ୍‌ରେ ଦମ୍ପତି ନିଜ ସମ୍ପର୍କୀୟ କୁତାବଗା ଗ୍ରାମକୁ ଆସି ମାନେଶ୍ୱରକୁ ଫେରୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକ୍‌ ପଛରେ ବସିଥିବା ମହିଳାଙ୍କ ମୁଣ୍ଡରେ ଗାଡି ମାଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।