ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାପାଙ୍କ ଜୀବନଗଲା, ପୁଅ ଗୁରୁତର

ଖୁଣ୍ଟା,୧୦ା୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଖୁଣ୍ଟା-ବାରିପଦା ରାଜ୍ୟ ରାଜପଥର ଟିଟିଆ ଛକଠାରେ ଶୁକ୍ରବାର ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭୁପଡ଼ ଗ୍ରାମର ଗୁଡରା ସୋରେନ(୮୦)। ଗୁରୁତର ଲସ ସୋରେନଙ୍କୁ ଚିକିତ୍ସା ପାଇଁ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଲସ ତାଙ୍କ ବାପା ଗୁଡରାଙ୍କୁ ବାଇକ୍‌ରେ ବସାଇ ଡୁକୁରା ସ୍ବାସ୍ଥ୍ୟକେନ୍ଦ୍ରରୁ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଟିଟିଆ ଛକଠାରେ ପଛପଟୁ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ବାପ, ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୁଣ୍ଟା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ଗୁଡରାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।