ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ ଜୀବନ ଯାଇଛି । ଏଭଳି ଦୁଃଖଦ ଘଟଣା ଯୋଗୁ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ମୃତ ନାବାଳିକାଦ୍ବୟ ସୁଜିତ ମଲ୍ଲିକଙ୍କ ଝିଅ ଅନ୍ୟାସି ଓ ସଞ୍ଜୟ ମଲ୍ଲିକଙ୍କ ଝିଅ ଅନ୍ନପୂର୍ଣ୍ଣା।
ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶେରଗଡ଼ ପଞ୍ଚାୟତ ଅନ୍ତର୍ଗତ ସାଆନ୍ତା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସାଆନ୍ତା ପୋଖରୀରେ ରବିବାର ମଧ୍ୟାହ୍ନ ସମୟରେ ୧୦ ବର୍ଷୀୟା ଦୁଇ ନାବାଳିକା ସମ୍ପର୍କୀୟା ଭଉଣୀ ଗାଧୋଉଥିଲେl ଅସାବଧାନତା କାରଣରୁ ଦୁହିଁଙ୍କର ଗୋଡ଼ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ l ସେଠାରେ ଥିବା ଜଣେ ଯୁବକ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଗାଁ ଲୋକେ ସେମାନଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଇଥିଲେ l ହେଲେ ଡାକ୍ତର ଦୁଇ ସାଙ୍ଗଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily