Categories: ଜାତୀୟ

ଭକ୍ତଙ୍କୁ ନେଇ ଯାଉଥିବା ଗାଡ଼ି ଓଲଟିଲା: ୮ ମୃତ, ୩୭ ଆହତ

ଡେରାଡୁନ,୨୮।୮:ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। କିଚ୍ଛା ନିକଟରେ ଭକ୍ତଙ୍କ ନେଇଯାଉଥିବା ଏକ ଗାଡି ଓଲଟି ପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୭ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଉଦହମ ସିଂ ନଗର ଜିଲା ନିକଟରେ ଏହି ଘଟଣାର ଖବର ପ୍ରଚାରିତ ହେବା ମାତ୍ରେ ବହୁ ସଂଖ୍ୟାରେ ଲୋକ ସେଠାରେ ଏକତ୍ରିତ ହୋଇଥିଲେ। ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା।
ସୂଚନାଯୋଗ୍ୟ,ଶକ୍ତି ଫାର୍ମ ଅଞ୍ଚଳର ବସଗର ଗାଁର ପ୍ରାୟ ୪୫ ରୁ ୫୦ ଭକ୍ତ ବର୍ଡରରେ ଥିବା ୟୁପି ଅଞ୍ଚଳରେ ଥିବା ଗୁରୁଦ୍ୱାରରେ ମଥା ଟେକିବାକୁ ଯାଉଥିଲେ। ପ୍ରତି ରବିବାର ଉତ୍ତରପ୍ରଦେଶ ଗୁରୁଦ୍ୱାରରେ ଗୁରୁ ଗ୍ରନ୍ଥ ସାହିବଙ୍କ ପାଠ ଏବଂ ଲଙ୍ଗର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

Share