Categories: ଜାତୀୟ

କେବେ ଦେଖିଛନ୍ତି କି ଏଭଳି ସଡ଼କ ଦୁର୍ଘଟଣା? କାର୍‌ ହେଲା ଦୁଇଫାଳ; ଫଟୋ ଭାଇରାଲ ପରେ..

ନୂଆଦିଲ୍ଲୀ,୧୫।୬: ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି ଗାଡ଼ିର ଅବସ୍ଥାକୁ ଦେଖି ତାହା ଅନୁମାନ କରାଯାଇଥାଏ। ଏବେ ସେଭଳି ଏକ ଦୁର୍ଘଟଣାର ଫଟୋ ଭାଇରାଲ ହେଉଛି। ସେଥିରେ ଏକ ଗାଡ଼ି ଦୁଇଫାଳ ହୋଇଯାଇଛି। ଛିନ୍ଦଓ୍ବାଡା-ନାଗପୁର ହାଇଓ୍ବେରେ ଏକ କାର୍‌ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲା। ଏଥିଯୋଗୁ ଗାଡ଼ିଟି ଦୁଇ ଫାଳ ହୋଇଯିବା ସହ ୩ ଲୋକଙ୍କ ମୃତ୍ୟୁ ଘଟିଥିଲା।

ରିପୋର୍ଟ ଅନୁଯାୟୀ, ଉକ୍ତ କାର୍‌ଟିରେ ୫ ଯାତ୍ରୀ ଥିଲେ। ଏକ ମୋଟରସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଚାଳକଜଣଙ୍କ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ଏକ ବ୍ରିଜ୍‌ର ବାଡ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌ର ଦୁଇଫାଳ ହୋଇଯାଇଥିଲା। ପଛସିଟ୍‌ରେ ବସିତିବା ୩ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଗରେ ଥିବା ଚାଳକ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଏବେ ଏହି ଦୁର୍ଘଟଣାରେ ଗାଡ଼ିଟି ଦୁଇଫାଳ ହେବାକୁ ନେଇ ଚର୍ଚ୍ଚା ହେଉଛି। ଲୋକେ ଗାଡ଼ିର ନିର୍ମାଣଶୈଳୀ ଏବଂ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

Share