Categories: ଜାତୀୟ

ଦୁର୍ଘଟଣା ନା ଷଡ଼ଯନ୍ତ୍ର ? ଶିବସେନା-ପୂର୍ବତନ ବ୍ରିଗେଡ଼ିୟରଙ୍କ ପ୍ରଶ୍ନ…

କୁନ୍ନୁର,୯।୧୨: ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣା ପରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୧ ଜଣ ଅଧିକାରୀ ଶହୀଦ୍‌ ହୋଇଛନ୍ତି। ଏଥିରେ ରାଓ୍ବତଙ୍କ ସ୍ତ୍ରୀ ମଧୁଲିକାଙ୍କ ମୃତ୍ୟୁ ଘଟିଛି। ଗ୍ରୁପ୍‌ କ୍ୟାପଟେନ୍‌ ବରୁଣ ସିଂ ଜୀବିତ ରହିଛନ୍ତି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ତେବେ ଏହି ଦୁର୍ଘଟଣା ନେଇ ଶିବସେନା ଏବଂ ପୂର୍ବତନ ବ୍ରିଗେଡ଼ିୟର ସୁଧୀର ସାଓ୍ବନ୍ତ ପ୍ରଶ୍ନ ଉଠାଇଛନ୍ତି। ଏହା ଦୁର୍ଘଟଣା ନା ଷଡ଼ଯନ୍ତ୍ର ବୋଲି ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରାଯାଇଛି।

ଏହାପୂର୍ବରୁ ପୂର୍ବତନ ବ୍ରିଗେଡିୟର୍‌ ସୁଧୀର ସାୱନ୍ତ ଷଡଯନ୍ତ୍ର ହୋଇଥିବା କହିଥିଲେ। ସେ ସିଧାସଳଖ କହିଥିଲେ ଯେ, ଏହା ଦୁର୍ଘଟଣା ନୁହେଁ ବରଂ ଏକ ଷଡଯନ୍ତ୍ର।
ଏହା ପଛରେ ଏଲଟିଟି ସ୍ଲିପର ସେଲ୍‌ ରହିଥିବାର ଆଶଙ୍କା ମଧ୍ୟ କରାଯାଉଛି। କାରଣ ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଏଲଟିଟି ସକ୍ରିୟ ରହିଥିବା କୁହାଯାଉଛି।

Share