Categories: ଜାତୀୟ

ମର୍ମନ୍ତୁଦ ଦୁର୍ଘଟଣା, ୮ ମୃତ

ଲକ୍ଷ୍ନୌ,୪।୧୦: ବାରଣାସୀର ସୁରହି ଗ୍ରାମରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍‌ ଏବଂ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ପିଲିଭିତ ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ସୂଚନାନୁସାରେ, ସମସ୍ତେ ବାରଣାସୀକୁ ଦର୍ଶନ ଏବଂ ପୂଜା ପାଇଁ ଆସିଥିଲେ ଏବଂ ପୂଜା ସାରି ଘରକୁ ଫେରୁଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବାରାଣାସୀ-ଲକ୍ଷ୍ନୌ ରାଜପଥରେ ସୁରହି ଗ୍ରାମରେ ଦ୍ରୁତ ଗତିରେ ଯାଉଥିବା କାର୍‌ଟି ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। କାର୍‌ରେ ଥିବା ଲୋକ କାଶୀ ବିଶ୍ୱନାଥ ଦର୍ଶନ କରି ଫେରୁଥିଲେ। ଏହି ଘଟଣା ସକାଳ ପ୍ରାୟ ୪ଟା ବେଳେ ଘଟିଥିବା କୁହାଯାଉଛି। ସମସ୍ତଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି। ତେବେ ଜଣେ ଆଠ ବର୍ଷର ଶିଶୁ ଏହି ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ଯାହାର ଅବସ୍ଥା ଗୁରୁତର ରହିଛି।

Share