ପୋଲିସ ଗାଡ଼ି ବସ୍‌ ମୁହାଁମୁହିଁ ଧକ୍କା: ୪ ଗୁରୁତର

ସିମୁଳିଆ,୨।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଠାରୁ ୫କି.ମି. ଦୂର ୧୬ନଂ ଜାତୀୟ ରାଜପଥର ଜାମୁଝାଡି ନିକଟରେ ରବିବାର ଦୁର୍ଘଟଣା ଘଟିଛି। ପୋଲିସ ଗାଡି ଓ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୪ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ବସ୍‌ର ହେଲ୍‌ପର ଆହତ ହୋଇଛନ୍ତି। ପୋଲିସ ଗାଡିକୁ ରକ୍ଷା କରିବା ପାଇଁ ଯାଇ ବସ୍‌ଟି ଦୁଇରାସ୍ତା ମଧ୍ୟରେ ଥିବା ବନ୍ଧଉପରକୁ ଚଢି ଯାଇଥିଲା ସ୍ଥାନୀୟ ଲୋକେ ବୋଲେରୋ ମଧ୍ୟରେ ଚାପି ହୋଇଯାଇଥିବା ପୋଲିସ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ସେମାନଙ୍କୁ ସ୍ଥାନୀୟ ସିମୁଳିଆ ମେଡିକାଲ ଓ ପରେ ବାଲେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା।