ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର: ଜଣଙ୍କ ଜୀବନ ଗଲା, ୬ ଗୁରୁତର

ପୁରୀ ଅଫିସ,୧୪।୧: ସଂକୀର୍ତ୍ତନ ବେଳେ ମାଡ଼ିଗଲା କାର । ଚାଲିଗଲା ଜଣଙ୍କ ଜୀବନ। ଗୁରୁତର ହୋଇଛନ୍ତି ୬ ଜଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସାତପଡ଼ା ରାଜପଥ ରେବଣା ନୂଆ ଗାଁଠାରେ। ଉକ୍ତ କାରକୁ ଜବତ କରାଯାଇଥିବା ବେଳେ ଡ୍ରାଇଭରକୁ ଅଟକ ରଖାଯାଇଛି। ଶୁକ୍ରବାର ରାତିରେ ପୁରୀ-ସାତପଡ଼ା ରାଜ ପଥ ରେବଣା ନୂଆଗାଁ ଗ୍ରାମ ଭିତରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଏକ କାର୍‌ ଦ୍ରୁତ ଗତିରେ ଆସି ସଂକୀର୍ତ୍ତନ ମଣ୍ଡଳୀ ଉପରେ ଚଢ଼ି ଯାଇଥିଲା। ପରେ କାରଟି ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଦେଇଥିଲା। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।