ଭାରସାମ୍ୟ ହରାଇ ଖାଲରେ ପଡିଲା ବାଇକ୍‌: ଜଣେ ମୃତ ଜଣେ ଗୁରୁତର

ମାଲକାନଗରି,୧୮।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ସଦର ବ୍ଲକ କଲେଜ ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବାଇକ୍‌ ଖାଲରେ ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ କସାବାହାଲ ଗ୍ରାମର ସହଦେବ ଗୌଡ ହୋଇଥିବା ବେଳେ ଗୁରୁତର ଜଣକ ଧୁଙ୍ଗିଆପୁଟ ଗ୍ରାମର ଗଣପତି ନାୟକ ବୋଲି ସୁଚନା ମିଳିଛିା
ସୂଚନାଯୋଗ୍ୟ, ଏକ ସିଡି ଡିଲକ୍ସ ବାଇକରେ ଦୁଇଜଣ ଯାଉଥିବା ସମୟରେ ବ୍ଲକ ସଦର ମହକୁମା କଲେଜ ଛକ ନକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଗୁରୁତରଙ୍କୁୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଗୁରୁତରଙ୍କୁ କୋରାପୁଟ ସହୀଦ ଲଖ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରା ଯାଇଛିା