ଭବାନୀପାଟଣା,୩ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଲମ ଗାଁରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗାଁ ମଣ୍ଡି ପାଖରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ପିଟିହୋଇ ବାଇକ୍ରେ ଆସୁଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି। ମୃତ ୨ ଭାଇ ହେଲେ ଟଙ୍କଧର ଶବର (୪୨) ଓ ବୈକୁଣ୍ଠ ଶବର (୩୮)। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନରେ ୨ ଭାଇ ଏକ ବାଇକ୍ରେ ନିଜ ଘରକୁ ଆସୁଥିବାବେଳେ ବାଟରେ ଅଟକିଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସଠାରୁ ସୂଚନା ମିଳିଛି।


