କାମ ସାରି ଘରକୁ ଫେରୁଥିଲେ, ହେଲେ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ

ଛତିଆ,୭।୭(ଡି.ଏନ୍‌.ଏ.): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଛତିଆ ଚଟିଘର ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଦିଆଯାଇଛି। ତିନି ଜଣ ଯୁବକ କାମ ସାରି ରାସ୍ତା ପାରିହେବା ସମୟରେ ଚଣ୍ଡିଖୋଲରୁ କଟକ ଆଡେ ଯାଉଥିବା ଏକ ଟ୍ରକ ସାମ୍ନାରୁ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।