ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ ଦାମୀ ଗାଡ଼ିରେ କଫସିରପ ପାର୍ କରୁଥିବାବେଳେ ଗାଡି ଗୁଡ଼ିକ ପୋଲିସ ହାତରେ ଧରାପଡୁଛି। ହେଲେ ପୋଲିସ ହାତରୁ କଫସିରପ ମାଫିଆମାନେ ଖସି ଯାଉଥିବା ଦେଖିବାକୁ ମିଳିଛି। ସୋମବାର ଦିନବେଳେ ଏକ ଦାମୀ ବାଇକ ଆର ୱାନ ଫାଇବ୍ ବାଇକ ଯୋଗେ ସହରକୁ କଫସିରଫ ଚାଲାଣ କରୁଥିବାବେଳେ ଜଣେ ବାଇକ ଚାଳକ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକ ଠାରେ ଦୁର୍ଘଟଣା ହୋଇଥିଲା । ଯାହା ଫଳରେ ଚାଲାଣ କରୁଥିବା କଫସିରଫ ବେପାରୀ ଯୁବକ ଜଣଙ୍କ ତଳେ ପଡ଼ି ଯାଇଥିଲେ। ଏହା ସହ ସାଙ୍ଗରେ ଆଣିଥିବା ବ୍ୟାଗ ତଳେ ପଡିଯାଇଥିଲା। ବ୍ୟାଗରେ ଥିବା କଫସିରପ ରାସ୍ତା ଉପରେ ପଡିଯାଇଥିଲା । ଯୁବକ ଜଣଙ୍କ ରାସ୍ତା ଉପରେ ପଡ଼ିଥିବା କଫସିରଫକୁ ତଳୁ ଉଠାଇବାକୁ ଲାଗିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ଉକ୍ତ ବାଇକ ଚାଳକ ତଥା କଫସିରପ ବେପାରୀଙ୍କୁଙ୍କୁ ଧରିବା ସହ ପୋଲିସକୁ ଜିମା ଦେଇଥିଲେ। ଉକ୍ତ ଯୁବକ ତଥା ଚାଲାଣକାରୀ ବଲାଙ୍ଗୀର ଫାସଡ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଯୁବକ ଜଣଙ୍କ କେଉଁ ଜାଗାରୁ କେଉଁ ଜାଗାକୁ କଫସିରପ ନେଇ ଯାଉଥିଲେ। ତାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ଟାଉନ ପୋଲିସ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚୁରା କରୁଥିବାବେଳେ ଯୁବକଙ୍କ ଦାମୀ ବାଇକ ଓ କଫସିରପ ଜବତ କରିଥିବା ଜଣାପଡିଛି ।

