ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା: ସାଙ୍ଗକୁ ଦେଖାକରି ଫେରୁଥିବା ବେଳେ ଚାଲିଗଲା ଜୀବନ

ପାରଳାଖେମୁଣ୍ଡି,୩୦।୧: ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଲାଞ୍ଜିପଦ- ଜିରାଙ୍ଗ ରାସ୍ତାରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୋବରା ନୂଆ ଗାଁର ସତ୍ୟରଞ୍ଜନ ମହାନ୍ତି (୨୧)। ସତ୍ୟ ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ୍‌ କରଡାସିଂ ଗ୍ରାମକୁ ତାଙ୍କ ସାଙ୍ଗ ଶିବକୁ ଦେଖାକରିବାକୁ ଯାଇଥିଲେ। ତେବେ ସେଠାରୁ ଫେରୁଥିବା ସମୟରେ ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଖବରପାଇ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପୟଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଛି।