ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥର ଉକ୍ତ ଘାଟିରେ ଶହ ଶହ ଗାଡ଼ି ଅଟକି ରହିଛି।

ପ୍ରକାଶ ଯେ, ଛତିଶଗଡ଼ରୁ ଏକ ଲୁହା ବୋଝେଇ ଟ୍ରକ୍‌ ଉକ୍ତ ଘାଟି ରାସ୍ତା ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଚାଳକ ଗୁଗୁଲ୍‌ ମ୍ୟାପ୍‌ ଦେଖି ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଗାଜଲବାଡ଼ି ଘାଟିର ପ୍ରଥମ ବୁଲାଣି ପରେ ଦ୍ୱିତୀୟ ବୁଲାଣିରେ ଗାଡ଼ିଟିକୁ ଠିକ୍‌ ଭାବେ ମୋଡ଼ି ପାରିନଥିଲେ। ଫଳରେ ଟ୍ରକ୍‌ଟି ସିଧା ଯାଇ ରାସ୍ତା ପାର୍ଶ୍ୱରେ ଥିବା ଗାର୍ଡରେ ପିଟି ହୋଇଥିଲା।

ଏହି ଦୁର୍ଘଟଣା ଯୋଗୁ ଗାଜଲବାଡ଼ି ଘାଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡ଼ା ଓ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର, ସୋରଡ଼ା, ଭଞ୍ଜନଗର ଆଦି ଅଞ୍ଚଳକୁ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକ ଅଟକି ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଉକ୍ତ ଘାଟି ରାସ୍ତାର ସମ୍ପ୍ରସାରଣ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମୋଟ ୭୪୨ କୋଟି ଟଙ୍କାର ଅନୁଦାନ ରହିଛି। କିନ୍ତୁ କୌଣସି କାରଣରୁ ଘାଟି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି।

ସେପଟେ, ବିଭାଗ ପକ୍ଷରୁ ଉକ୍ତ ଘାଟି ରାସ୍ତାରେ ଭାରୀଯାନ ଚଳାଚଳ ପାଇଁ ବାରଣ କରାଯାଇଛି। ଏଥିପାଇଁ ଘାଟିର ପ୍ରଥମ ଓ ଶେଷ ମୁଣ୍ଡରେ ଦୁଇଟି ବଡ଼ ବଡ଼ ହୋର୍ଡିଂ ଲଗାଇ ସୂଚନା ମଧ୍ୟ ପ୍ରଦାନ କରାଯାଇଛି। ତଥାପି ଅନେକ ଭାରୀଯାନ ଉକ୍ତ ରାସ୍ତାରେ ଯାତାୟାତ କରି ଦୁର୍ଘଟଣାର ଶିକାର ହେଉଛନ୍ତି।

ଏନେଇ ବିଭାଗ ପକ୍ଷରୁ ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ଏହାର ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି। ଫଳରେ ବାରମ୍ବାର ଉକ୍ତ ଘାଟିରେ ଭାରୀଯାନ ଦୁର୍ଘଟଣା ଘଟିବା ସହ ବିଭିନ୍ନ ସମସ୍ୟା ଦେଖାଦେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁ…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ରବିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Featured Video Play Icon

ପ୍ରେଗନେନ୍ସି ପରେ କାହିଁକି ବଢ଼େ ଅଣ୍ଟା ବିନ୍ଧା ?

  Why does lower back pain increase after pregnancy? ୮ରୁ ୧୦ ଘଣ୍ଟା ଅଫିସରେ ବସି କାମ କଲେ ବି ହେବନି ବ୍ୟାକ୍ ପେନ୍…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri