ପିଏମ୍‌ଏୱାଇ ଅନୁଦାନରେ ପାତରଅନ୍ତର

ଯାଜପୁର ଅଫିସ,୧୩ା୩:ଯାଜପୁର ଜିଲାରେ ୨ଟି ପୌରାଞ୍ଚଳ ରହିଛି। ତା’ହେଲା ଯାଜପୁର ଓ ବ୍ୟାସନଗର। ଯାଜପୁରରେ ୧୮ ଏବଂ ବ୍ୟାସନଗରରେ ୨୬ ୱାର୍ଡ ରହିଛି। ୱାର୍ଡ ଓ ଜନସଂଖ୍ୟା ଦୃଷ୍ଟିରୁ ବ୍ୟାସନଗର ଜିଲାର ସବୁଠାରୁ ବଡ଼ସହର ଏବଂ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ। ହେଲେ ଗତ ପ୍ରାୟ ଦୁଇ ଦଶନ୍ଧି ସମୟକୁ ଅବଲୋକନ କଲେ ବ୍ୟାସନଗର ସବୁକ୍ଷେତ୍ରରେ ଅବହେଳିତ ହୋଇଆସୁଛି। ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ରିପୋର୍ଟ ଅନୁସାରେ ୨୦୨୨-୨୩ ବର୍ଷରେ ବ୍ୟାସନଗରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏୱାଇ)ରେ ୧୩୩.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଏହାର ପ୍ରାୟ ସାଢ଼େ ୩ ଗୁଣ ଅଧିକ ଅର୍ଥାତ ୪୭୪.୬୦ ଲକ୍ଷ ଟଙ୍କା ଯାଜପୁର ପୌରାଞ୍ଚଳକୁ ପ୍ରଦାନ କରାଯାଇଛି। ଏଥିରୁ ବ୍ୟାସନଗର ସହରର ଝୁମ୍ପୁଡିବାସୀଙ୍କ ପ୍ରତି ଅବହେଳା କରାଯାଇଥିବା ସ୍ପଷ୍ଟ ମନେ ହୋଇଛି।
ଐତିହ୍ୟ ତଥା ସଂସ୍କୃତିସମ୍ପନ୍ନ ଜିଲା ଭାବେ ଯାଜପୁର ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଜିଲାର ଶିଳ୍ପ, ଶିକ୍ଷା, ସାହିତ୍ୟ, ସଂସ୍କୃତି, ଭାଷା, କଳା, ଭାସ୍କର୍ଯ୍ୟ, ବାଣିଜ୍ୟ, ରାଜନୀତି ଓ କୃଷି କ୍ଷେତ୍ର ବେଶ୍‌ ଉନ୍ନତ। ଏହିକ୍ରମରେ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ଝୁମ୍ପୁଡ଼ିବାସୀଙ୍କ ମଧ୍ୟରେ ସହରୀ ଛାପ ପକାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୯ରୁ ବିଭିନ୍ନ ଗୃହ ନିର୍ମାଣ ଯୋଜନା ପ୍ରଣୟନ କରିଛନ୍ତି। ୨୦୦୯ରୁ ୨୦୧୫ ମଧ୍ୟରେ ଇଣ୍ଟିଗ୍ରେଟେଡ୍‌ ହାଉସିଂ ଆଣ୍ଡ୍‌ ସ୍ଲମ୍‌ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମରେ ରାଜ୍ୟର ସହରାଞ୍ଚଳରେ ୧୧,୨୯୬ଟି ଘର ଯୋଗାଇ ଦିଆଯାଇଥିବାବେଳେ ଏଥିରେ ୧୭୧.୭୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନାରେ ଯାଜପୁର ଏବଂ ବ୍ୟାସନଗର ସହରାଞ୍ଚଳକୁ ମଧ୍ୟ ସାମିଲ କରାଯାଇଥିଲା। ୨୦୧୩ରୁ ୨୦୨୨ ମଧ୍ୟରେ ରାଜୀବ ଆବାସ ଯୋଜନାରେ ୪,୭୭୩ଟି ବାସଗୃହ ଯୋଗାଇ ଦିଆଯାଇଥିବାବେଳେ ୩୫୯ କୋଟି ଖର୍ଚ୍ଚ ହୋଇଛି। ଏଥିରେ କେବଳ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁର ଜିଲାକୁ ସାମିଲ କରାଯାଇଛି। ଏହାବାଦ ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ୬୧,୦୯୧ଟି ବାସଗୃହ ସ୍ବଳ୍ପ ମୂଲ୍ୟରେ ଯୋଗାଇ ଦିଆଯାଇଛି। ଏଥିରେ କେବଳ ୨୦୨୧-୨୨ରେ ୩୪,୫୫୧.୧୦ ଲକ୍ଷ ଏବଂ ୨୦୨୨-୨୩ରେ ୪୬,୫୮୩ ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ତେବେ ଏହି ଯୋଜନାରେ ୨୦୨୧-୨୨ରେ ବ୍ୟାସନଗରକୁ ୫୮.୪୦ ଲକ୍ଷ ଏବଂ ଯାଜପୁରକୁ ୫୧.୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ ୨୦୨୨-୨୩ରେ ଉପରୋକ୍ତ ଭାବେ ଯାଜପୁର ଅପେକ୍ଷା ବ୍ୟାସନଗରକୁ ସାଢ଼େ ୩ ଗୁଣ କମ୍‌ ଅନୁଦାନ ଦିଆଯାଇଛି। ଗରିବ ଲୋକଙ୍କ ସରଳତାର ସୁଯୋଗ ନେଇ ବାସଗୃହ ଯୋଗାଇ ଦେବାରେ ବହୁ ଚଞ୍ଚକତା କରି ବ୍ୟାପକ ଅନିୟମିତତା ହୋଇଥିବା ପୂର୍ବରୁ ନଜିର ରହିଛି। ରାଜୀବ ଆବାସ ଯୋଜନାରେ ଯାଜପୁର ପୌରାଞ୍ଚଳକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୨୦୧୮ ଜୁଲାଇରେ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଫ୍‌ ଇଣ୍ଡିଆର ତଦନ୍ତ ରିପୋର୍ଟରେ ହିତାଧିକାରୀ ଚୟନରେ ପାତରଅନ୍ତର ହୋଇଥିବା ଦର୍ଶାଯାଇଥିଲା। ସିଏଜି ରିପୋର୍ଟକୁ ଭିତ୍ତି କରି ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ପେଶାଲ ଡ୍ୟୁଟି ଅଧିକାରୀ ୧୭ା୭ା୨୦୧୮ରେ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ଜବାବ ତଲବ କରିଥିଲେ। ଏନେଇ ଓଡ଼ିଶା ଅର୍ବାନ ହାଉସିଂ ମିଶନ(ଓୟୁଏଚ୍‌ଏମ୍‌) ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ୪.୧୪ କୋଟି ଟଙ୍କା ଫେରସ୍ତ କରିବାକୁ ଯାଜପୁର ପୌରପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସିଏଜି ରିପୋର୍ଟ ଓ ତଦନ୍ତ ପ୍ରକ୍ରିୟା ଦବି ଯାଇଥିଲା। ତେବେ ପୂର୍ବ ଅନିୟମିତତାକୁ ଭୁଲି ଯାଇ ଏବେ ଯାଜପୁର ସହରାଞ୍ଚଳର ବିକାଶ ପ୍ରତି ସ୍ଥାନୀୟ ଲୋକପ୍ରତିନିଧି ନିଜର ସମସ୍ତ ବଳ ପ୍ରୟୋଗ କରୁଛନ୍ତି। ଏହି ପ୍ରକ୍ରିୟାରେ ସେମାନେ ସହରବାସୀଙ୍କ ଆସ୍ଥା ଭାଜନ ମଧ୍ୟ ହୋଇ ପାରୁଛନ୍ତି। ଅନ୍ୟପକ୍ଷେ କଳିଙ୍ଗନଗରର ମୁଖଶାଳା ବ୍ୟାସନଗର ସହର ଆଜି ସବୁ କ୍ଷେତ୍ରରେ ଉପେକ୍ଷିତ। ସ୍ଥାନୀୟ ଲୋକପ୍ରତିନିଧିଙ୍କ ବ୍ୟାସନଗର ସହର ପ୍ରତି ଅସହଯୋଗ ଓ ଆନ୍ତରିକତାର ଅଭାବ ସହରର ସାମଗ୍ରିକ ବିକାଶରେ ଅନ୍ତରାୟ ସୃଷ୍ଠି ହୋଇଛି। ବ୍ୟାସନଗର ପୌରାଞ୍ଚଳର ଭୌଗୋଳିକ ପରିସୀମା ବୃଦ୍ଧି ପାଉଥିବା ସହ ଏହାର ଲୋକସଂଖ୍ୟା ବେସରକାରୀ ଭାବେ ପ୍ରାୟ ଦେଢ଼ ଲକ୍ଷ ଟପିଲାଣି। ତଥାପି ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବାରେ ସରକାର ପାତରଅନ୍ତର କରିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri