Categories: ଜାତୀୟ

ଅନ୍ୟର ଚିନ୍ତାଧାରା ଗ୍ରହଣ କରିବା ଅର୍ଥ ନୁହେଁ ଯେ ଅଶାଳୀନ ଭାଷାକୁ ସହ୍ୟ କରାଯିବ…

ଗାନ୍ଧିନଗର, ୭।୮ : ସୁପ୍ରିମକୋର୍ଟର ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଗୁଜରାଟ ଗାନ୍ଧିନଗରରେ କହିଛନ୍ତି ଯେ ଅନ୍ୟର ମତ ଅବା ଚିନ୍ତାଧାରାକୁ ଗ୍ରହଣ କରିବା ଏବଂ ସହନଶୀଳ ହେବା ଏହାର ଅର୍ଥ ନୁହେଁ ଯେ କାହାର ଅଶାଳଳୀନ ଭାଷାକୁ ମଧ୍ୟ ସହ୍ୟ କରାଯିବା ଜରୁରୀ। ଗୁଜରାଟ ନ୍ୟାଶନାଲ ଲ ୟୁନିଭରସିଟି (ଜିଏନଏଲୟୁ)ର ଦୀକ୍ଷାନ୍ତ ସମାରୋହରେ ସେ ସ୍ନାତକୋତ୍ତର ଛାତ୍ରମାନଙ୍କୁ ନିଜ ବିବେକ ଏବଂ ଯୁକ୍ତି ଆଧାରରେ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ଼ ଏହି ଅନଲାଇନ ସମାରୋହରେ ଯୋଗଦେଇ କହିଛନ୍ତି, ସୋସିଆଲ ମିଡିଆର ଦୁନିଆ, ଯେଉଁଠାରେ କମ୍‌ ସମୟ ପାଇଁ ଧ୍ୟାନ ଆକର୍ଷିତ ହୋଇଥାଏ। ତେବେ ଏହା ଆମକୁ ମନେ ପକାଇବାରେ ସାହାଯ୍ୟ କରେ ଯେ ଦୀର୍ଘମିଆଦି ପ୍ରଭାବ ପାଇଁ ଆମକୁ ଅନେକ କାମ କରିବାକୁ ପଡିବ । ଆମକୁ ସଚେତନ ହେବା ଆବଶ୍ୟକ ଏବଂ ବୈନନ୍ଦିନ ଜୀବନରେ ବିଭିନ୍ନ ପ୍ରତିବନ୍ଧକ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

Share