ସରକାର ମରୁଡ଼ି ସ୍ବୀକାର କରନ୍ତୁ: ବିରୋଧୀ

ଭୁବନେଶ୍ୱର,୭।୯(ବ୍ୟୁରେ): ରାଜ୍ୟରେ ସ୍ବଳ୍ପ ବର୍ଷା ଯୋଗୁ ଅନେକ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଚାଷକାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ବିଧାନସଭାରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ମରୁଡ଼ି ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମୋଶନ ଅଣାଯାଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳ ମଲ୍ଲିକ ‘ରାଜ୍ୟରେ ସାମ୍ପ୍ରତିକ ଅନାବୃଷ୍ଟି ଏବଂ ତଜ୍ଜନିତ ପରିସ୍ଥିତି’ ସମ୍ପର୍କରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ମୋଶନ ଆଣିଥିଲେ। ଏହି ମୋଶନ ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି, ଓଡ଼ିଶାରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଏହାକୁ ନେଇ ଗମ୍ଭୀର ନାହାନ୍ତି। ମରୁଡିକୁ ନେଇ ସରକାର ସବୁବେଳେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ୨୨ ବର୍ଷ ସରକାର କରିବା ପରେ ମରୁଡି ପ୍ରତିକାର ପାଇଁ ଆଉ କେତେବର୍ଷ ନେବେ। ଜଳସେଚନ ଅଭାବରୁ ରାଜ୍ୟରେ ମରୁଡି ସୃଷ୍ଟି ହୋଇଛି, ସରକାର ଏକଥାକୁ ସ୍ବୀକାର କରିବା ଦରକାର। ଜଳସେଚନ ନ ହେବାରୁ ରାଜ୍ୟରେ ସ୍ଥିତି ଦୟନୀୟ ହେବାକୁ ଯାଉଛି। ଜାତୀୟସ୍ତରରେ ଜଳସେଚନ ୫୩% ରହିଥିବା ବେଳେ ପଞ୍ଜାବ ଓ ହରିୟାଣା ଭଳି କମ୍‌ ବର୍ଷା ହେଉଥିବା ରାଜ୍ୟରେ ୯୫% ଜଳସେଚନ ସୁବିଧା ରହିଛି। ୨୨ ବର୍ଷ କ୍ଷମତାରେ ରହିଲେ, ଗୋଟିଏ ବି ନଦୀବନ୍ଧ କରିପାରିଲେ ନାହିଁ। ଆମେ ସବୁବେଳେ ବିରୋଧୀ ଦଳରେ ବସିବୁ, ହେଲେ ରାଜ୍ୟର ଚାଷୀକୁଳକୁ ରକ୍ଷା କରିବା ପାଇଁ ସରକାର ଯୋଜନା କରନ୍ତୁ। ଚାଷୀ ଭାସିଗଲେ ଆମେ ସମସ୍ତେ ଭାସିଯିବା ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଯାହା କହନ୍ତି, ତାହା କରନ୍ତି ନାହିଁ। ୨୦୦୮ରେ ଚାଷୀଙ୍କୁ ମାଗଣାରେ ବିଜୁଳି ଦେବେ ବୋଲି କହିଥିଲେ। ତାହା କଲେ ନାହିଁ। ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କରିବେ ବୋଲି ଘୋଷଣା କରିିଥିଲେ। ସେ ବି ସେମିତି ରହିଗଲା। ଲୋୟର ସୁକତେଲ ପ୍ରକଳ୍ପ କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ପ୍ରକଳ୍ପ କାମ ଶେଷ ହୋଇ ନାହିଁ। ଜଳସେଚନ ପାଇଁ କେନ୍ଦ୍ରୀୟ ଅନୁଦାନ କମି କମି ଯାଉଛି। ରାଜ୍ୟ ସରକାର ଭାଜପା ସହ ମିଶିକରି ରହିଛନ୍ତି। ଉପା ସରକାର ବେଳେ ମୁହଁ ଖୋଲୁଥିଲେ। ଏବେ କିନ୍ତୁ ଚୁପ ରହିଛନ୍ତି। ମରୁଡି ହେଉଛି ବୋଲି ସମସ୍ତେ କହୁଛନ୍ତି। ତେବେ ରାଜ୍ୟ ସରକାର ମରୁଡି ଘୋଷଣା କାହିଁକି କରୁନାହାନ୍ତି ତାହା ବୁଝାପଡୁନାହିଁ। ସରକାର ମରୁଡି ପାଇଁ ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ନିଅନ୍ତୁ। ମରୁଡି ଯୋଗୁ ଚାଷୀ ଆତ୍ମହତ୍ୟା କଲେଣି। ସରକାର ଏହାକୁ ଗୁରୁତର ସହ ନିଅନ୍ତୁ ବୋଲି ସେ କହିଛନ୍ତି।
ବିଜେଡି ସଭ୍ୟ ଭୂପିନ୍ଦର ସିଂ କହିଛନ୍ତି, ଅନାବୃଷ୍ଟି ଯୋଗୁ ରାଜ୍ୟରେ ମରୁଡି ପରିସ୍ଥିତି ହୋଇଛି। ମରୁଡି ବିଷୟରେ ସରକାର ସମ୍ପୂର୍ଣ୍ଣ ଅବଗତ ଅଛନ୍ତି। ଭୂତଳ ଜଳ ସ୍ତର ତଳକୁ ଖସୁଛି। ଚାଷୀ ହସିଲେ ଦେଶ ହସିବ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମ୍ଭାବ୍ୟ ମରୁଡିକୁ ନେଇ ସରକାର ସଜାଗ ଅଛନ୍ତି। କେନ୍ଦ୍ର ସରକାର ନିୟମ କରିଛନ୍ତି, ଅକ୍ଟୋବର ୩୦ ସୁଦ୍ଧା ବର୍ଷା ନ ହେଲେ ମରୁଡି ଘୋଷଣା କରାଯିବ। ଏଠାରେ ଭାଜପା ସଭ୍ୟମାନେ କିପରି ମରୁଡି ଘୋଷଣା ଲାଗି ଦାବି କରୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଠିକ୍‌ ସମୟରେ ବୀମା କମ୍ପାନୀ ଅର୍ଥ ଦେଉ ନାହିଁ। ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଦରଦ ଥିଲେ ଠିକ୍‌ ସମୟରେ ସାର ମିଳିପାରନ୍ତା ବୋଲି ସେ କହିଛନ୍ତି। ଏହି ଆଲୋଚନାରେ ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ନବ ଚରଣ ମାଝୀ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ, ଅଧିରଞ୍ଜନ ପାଣିଗ୍ରାହୀ, ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ ସାମଲ, ଦେବେଶ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର, ଧ୍ରୁବ ଚରଣ ସାହୁ, କିଶୋର ନାଏକ, ରାଜ କିଶୋର ଦାସ ଏବଂ ସ୍ବରୂପ ଦାସ ଭାଗ ନେଇଥିଲେ।
ଶେଷରେ ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ଖରିଫ ଚାଷ ବର୍ଷା ଉପରେ ନିର୍ଭରଶୀଳ। ଓଡ଼ିଶାରେ ସାଧାରଣତଃ ବାର୍ଷିକ ହାରାହାରି ୧୪୫୧.୨ ମିମି ବୃଷ୍ଟିପାତ ହୋଇଥାଏ। ସେଥିରୁ ୭୯ ଭାଗ ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ହୋଇଥାଏ। ଚଳିତ ବର୍ଷ କମ୍‌ ବର୍ଷା ହୋଇଥିବାରୁ ଧାନ ଓ ଅଣଧାନ ଚାଷରେ ବିଳମ୍ବ ହୋଇଛି। ଜୁନ୍‌ରେ ୧୬.୬% ଏବଂ ଜୁଲାଇରେ ୨୧.୩% କମ୍‌ ବୃଷ୍ଟିପାତ ହୋଇଛି। ସେହିପରି ଅଗଷ୍ଟରେ ସ୍ବାଭାବିକଠାରୁ ୪୪.୭% କମ୍‌ ବର୍ଷା ହୋଇଛି। ଜୁନ୍‌ରୁ ଅଗଷ୍ଟ ମଧ୍ୟରେ ରାଜ୍ୟରେ ସ୍ବାଭାବିକଠାରୁ ୨୯.୩%ରୁ କମ୍‌ ବର୍ଷା ହୋଇଛି। ରାଜ୍ୟରେ ମୋଟ ୫୬.୩୩ ଲକ୍ଷ ହେକ୍ଟର ଚାଷ ହୋଇଛି, ଯାହାକି ଧାର୍ଯ୍ୟଲକ୍ଷ୍ୟର ୯୧% ହେବ। ଗତବର୍ଷ ଏହି ସମୟ ମଧ୍ୟରେ ୯୩% ଜମିରେ ଚାଷ ହୋଇଥିଲା। ଫସଲର ସ୍ଥିତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ନିକଟରେ ଜିଲାପାଳଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବା ସହ କମ୍‌ ବୃଷ୍ଟିପାତ ଅଞ୍ଚଳରେ ଜରୁରିକାଳୀନ ଶସ୍ୟ ଯୋଜନା କରାଯାଇଛି। କମ୍‌ ବୃଷ୍ଟିପାତ ଯୋଗୁ ୮ ବୃହତ୍‌ ଜଳଭଣ୍ଡାର ଓ ୧୩ ମଧ୍ୟମ ଜଳଭଣ୍ଡାର ସ୍ଥିତି ଭଲ ନ ଥିବା ବେଳେ ୧୫ଟି ମଧ୍ୟମ ଓ କ୍ଷୁଦ୍ର ଜଳଭଣ୍ଡାର ପ୍ରାୟତଃ ଶୁଷ୍କ ଅବସ୍ଥାରେ ରହିଛି। ମହାନଦୀ ଡେଲ୍‌ଟା ଜଳସେଚନ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ବ୍ୟାରେଜ ଜଳସେଚନ ପାଇଁ ଅସମର୍ଥ ରହିଛନ୍ତି। ଜଳସେଚନ ବିଭାଗର ଆକଳନ ଅନୁଯାୟୀ ସମସ୍ତ ବୃହତ୍‌ ଜଳଭଣ୍ଡାର ମାଧ୍ୟମରେ ୯,୬୯,୩୬୪ ହେକ୍ଟର ଖରିଫ ଫସଲ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥିଲା। ଚଳିତ ମାସରେ ମଧ୍ୟ ଏହି ଖରିଫ ଜଳସେଚନ ଅବ୍ୟାହତ ରହିପାରେ। ପୂର୍ବରୁ ଓଡ଼ିଶା ରିଲିଫ କୋଡ୍‌ର ପରିଚ୍ଛେଦ ୨୯ ଏବଂ ରାଜ୍ୟ ସରକାରଙ୍କ ଫସଲ କଟା ପରୀକ୍ଷଣ ପଦ୍ଧତି ମାଧ୍ୟମରେ ରାଜ୍ୟରେ ମରୁଡି ଘୋଷଣା କରି ସହାୟତା ଦିଆଯାଉଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରଣୀତ ନିୟମାବଳୀ ଅନୁଯାୟୀ ବୃଷ୍ଟିପାତର ଅଭାବ, ଶସ୍ୟର ଅବସ୍ଥା ସମ୍ପର୍କିତ ସୂଚନା, ସୁଦୂର ସମ୍ବେଦନଶୀଳ ଉଦ୍ଭିଦ ରାଜିର ସଙ୍କେତ, ଭୂମିର ଆର୍ଦ୍ରତା, ଭୂତଳ ଜଳସ୍ତର ସଙ୍କେତ ଇତ୍ୟାଦି ଅନୁଯାୟୀ ମରୁଡି ଘୋଷଣା କରିବା ଲାଗି ୨୦୧୭ ମାର୍ଚ୍ଚ ୮ରେ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ୫ଟି ମାନଦଣ୍ଡକୁ ଆଧାର କରି ଆବଶ୍ୟକସ୍ଥଳେ ଅକ୍ଟୋବର ୩୦ ସୁଦ୍ଧା ମରୁଡି ଘୋଷଣା କରାଯାଇଥାଏ। ଉକ୍ତ ମାନଦଣ୍ଡଗୁଡିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରତ୍ୟେକ ଦିନ ଫସଲର ଅନୁଧ୍ୟାନ ଓ ନିରୀକ୍ଷଣ କରି ପଦକ୍ଷେପ ନେବାକୁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ସରକାର ସର୍ବଦା ଚାଷୀଙ୍କ ସାଙ୍ଗରେ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri