Posted inଜାତୀୟ

ପ୍ରଗତିକୁ ତ୍ୱରାନ୍ବିତ କରିବ

ନୂଆଦିଲ୍ଲୀ,୨୩ା୯: କେନ୍ଦ୍ର ସରକାର ଦ୍ରବ୍ୟ ଓ ସେବା ଟିକସରେ ଆଣିଥିବା ସଂସ୍କାର (ଜିଏସ୍‌ଟି ୨.୦) ସୋମବାରରୁ ଲାଗୁ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକମାନଙ୍କୁ ଏକ ଖୋଲାଚିଠି ଜରିଆରେ ଏହାକୁ ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’ କହିବା ସହ ଉଚ୍ଚ ପ୍ରଶଂସା କରିଛନ୍ତି।
ଜିଏସ୍‌ଟି ହାର କମିବା ଅର୍ଥ ପ୍ରତି ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟ ନିମନ୍ତେ ଅଧିକ ସହଜ ହେବ। ସାରା ଦେଶରେ ନବରାତ୍ରି ପାଳନ ଆରମ୍ଭ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକ ଓ ସେମାନଙ୍କ ପରିବାରକୁ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି। ଏହି ଉତ୍ସବ ସମସ୍ତଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି ଆଣୁ ବୋଲି ସେ କହିଛନ୍ତି। ଚଳିତବର୍ଷର ପାର୍ବଣ ଋତୁ ଅଧିକ ଆନନ୍ଦ ଆଣିଛି। ସେପ୍ଟେମ୍ବର ୨୨ରୁ ପରବର୍ତ୍ତୀ ପିଢ଼ି ଜିଏସ୍‌ଟି ସଂସ୍କାର ଲାଗୁ ହୋଇଛି, ଯାହାର ଉପସ୍ଥିତି ଅନୁଭୂତ ହେବା ଆରମ୍ଭ ହୋଇଛି। ଏହା ସାରା ଦେଶରେ ଜିଏସ୍‌ଟି ସେଭିଂସ୍‌ ଫେଷ୍ଟିଭାଲ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସଂସ୍କାର ସଞ୍ଚୟ ବଢ଼ାଇବା ସହ ସମାଜର ପ୍ରତ୍ୟେକ ବର୍ଗଙ୍କୁ ପ୍ରତ୍ୟକ୍ଷ ଲାଭ ଦେବ, ଯାହା ଅଧିକ ଅଭିବୃଦ୍ଧି ଓ ନିବେଶକୁ ପ୍ରୋତ୍ସାହିତ କରିବା ସହ ପ୍ରତି ରାଜ୍ୟ ଓ ଅଞ୍ଚଳର ପ୍ରଗତିକୁ ତ୍ୱରାନ୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଟିକସ ବ୍ୟବସ୍ଥାର ସରଳୀକରଣ ଏବଂ ପରିବାର, ବ୍ୟବସାୟୀ, କୃଷକଙ୍କ ଉପରେ ଆର୍ଥତ୍କ ବୋଝକୁ ଲାଘବ କରିବା ଏବଂ ଉତ୍ସବ ଋତୁ ସମୟରେ ଆଶ୍ୱସ୍ତି ଆଣିବା ଜିଏସ୍‌ଟି ୨.୦ର ଲକ୍ଷ୍ୟ। ଜିଏସ୍‌ଟିରେ ପୂର୍ବରୁ ରହିଥିବା ୪ଟି ସ୍ଲାବ୍‌ରୁ ୨ଟିକୁ ହଟାଇ ଦିଆଯାଇ କେବଳ ୫% ଓ ୧୮%କୁ ରଖାଯାଇଛି। ଖାଦ୍ୟ, ଔଷଧ, ସାବୁନ, ଟୁଥ୍‌ପେଷ୍ଟ ଆଦି ଦୈନନ୍ଦିନ ଆବଶ୍ୟକତା ସମେତ ବୀମା ଓ ଅନେକ କିଛି ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇଛି କିମ୍ବା ୫ ପ୍ରତିଶତ ଟିକସ ସ୍ଲାବ୍‌ରେ ରହିଛି। ପୂର୍ବରୁ ୧୨% ଟିକସ ଲାଗୁଥିବା ସାମଗ୍ରୀଗୁଡ଼ିକୁ ୫% ସ୍ଲାବ୍‌ ମଧ୍ୟକୁ ଅଣାଯାଇଛି। ଆୟକର ଛାଡ଼ ଏବଂ ଜିଏସ୍‌ଟିର ନୂଆପିଢ଼ି ସଂସ୍କାରକୁ ଯଦି ଆମେ ଏକାଠି ନେବା, ତେବେ ଲୋକେ ପାଖାପାଖି ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଘରଖର୍ଚ୍ଚ କମିବା ଯୋଗୁ ସେମାନେ ଘର ତିଆରି, ଗାଡ଼ିକିଣା, ବିଭିନ୍ନ ଉପକରଣ କିଣା ଆଦି ଆଶା ଆକାଂକ୍ଷା ପୂରଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

ଆଳୁ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ୨ ଜୀବନ

ସୋର,୧୯।୩(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ତଳନଗରଠାରେ ଗୁରବାର ଭୋର ଏକ ଟ୍ରକ ଓ ଅନ୍ୟ ଏକ ଆଳୁ ବୋଝେଇ ଟ୍ରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri