Posted inଜାତୀୟ

ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଏ…

ନୂଆଦିଲ୍ଲୀ, ୨୩।୪ : ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏପରିସ୍ଥଳେ କେତେକେ ତ୍ୱରିତ ନ୍ୟାୟ ପାଇଁ ଆଶା ରଖିଥାନ୍ତି। କିନ୍ତୁ ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଇଥାଏ ବୋଲୀ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ୍‌ଭି ରମନା ଶନିବାର କହିଛନ୍ତି। ଚେନ୍ନାଇର ମାଡ୍ରାସ୍‌ ହାଇକୋର୍ଟର ପ୍ରତିଷ୍ଠା ଦିବସ ଅବସରରେ ରମନା ଏଭଳି ମତପୋଷଣ କରିଛନ୍ତି। ବିଚାରରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ସହିତ ସାମାଜିକ ଦାୟିତ୍ୱବୋଧ ମଧ୍ୟ।

ବିଚାରପତି ସାମାଜିକ ବାସ୍ତବିକତା ସମ୍ପର୍କରେ ଭଲଭାବେ ଅବଗତ ହେବା ଆବଶ୍ୟକ। ଏହା ସହିତ ସେମାନେ ସାମାଜିକ ପରିବର୍ତ୍ତନକୁ ପୁଙ୍ଖାନୁପୁଙ୍ଖଭାବେ ଅନୁଧ୍ୟାନ କରି ଆବଶ୍ୟକତା ଅନୁରୂପ ନ୍ୟାୟ ପ୍ରଦାନ କରିବା ଅପରିହାର୍ଯ୍ୟ। ବ୍ୟସ୍ତ ବହୁଳ ଜୀବନରେ ଇନଷ୍ଟାଣ୍ଟ୍‌ କଫି ଅବା ନୁଡୁଲ୍ସ ଭଳି ଲୋକେ ଶୀଘ୍ର ନ୍ୟାୟ ଲାଗି ଆଶାବାଦୀ ହେଉଛନ୍ତି। ମାତ୍ର ଏହା ପ୍ରକୃତ ନ୍ୟାୟ ପ୍ରଦାନ କ୍ଷେତ୍ରରେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କୌଣସି ରାୟ ପ୍ରଦାନ କରିବା ପୂର୍ବରୁ ବିଚାରପତିଙ୍କୁ କେତେକ ମାନଦଣ୍ଡକୁ ବିଚାର ପରିସରଭୁକ୍ତ କରିବାକୁ ପଡ଼ିଥାଏ।

ସେଥିମଧ୍ୟରେ ସାମାଜିକ ଆର୍ଥିକ କ୍ଷେତ୍ରକୁ ମଧ୍ୟ ବିଚାର ସମୟରେ ଅନ୍ତର୍ଭୁକ୍ତ କରାଯାଇଥାଏ। ବିଚାରପତିଙ୍କ ମାନସିକତା ଏବଂ ସମାଜର ଆବଶ୍ୟକତା ମଧ୍ୟରେ ଅନ୍ତର ରହିବା ଅନୁଚିତ ବୋଲି ସେ କହିଛନ୍ତି। ସମସ୍ୟାରେ ପଡ଼ିଥିବା ଲୋକେ ଦେଶର ନ୍ୟାୟିକ ବ୍ୟବସ୍ଥାର ଦ୍ୱାରସ୍ଥ ହେବା ସହିତ ନିଜର ଅଧିକାରକୁ ସୁରକ୍ଷିତ ରଖିବା ପ୍ରୟାସ କରିଥାନ୍ତି। ଏପରିସ୍ଥଳେ ସେମାନଙ୍କ ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବା ଜରୁରୀ।

ବିଚାରପତିଙ୍କ ଅଭାବ ନ୍ୟାୟିକ ବ୍ୟବସ୍ଥା ପ୍ରତି ଏକ ଆହ୍ବାନ। ଦେଶରେ ୧.୧୦୪ ସ୍ବୀକୃତି ପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ଥିବାବେଳେ ସେଥିମଧ୍ୟରୁ ୩୮୮ ଖାଲି ପଡ଼ିଛି। ଏହାଦ୍ୱାରା ଦେଶରେ ବହୁ ମାମଲାର ବିଚାର ସମ୍ଭବ ହୋଇ ପାରୁ ନାହିଁ ବୋଲି ସେ ମିପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri