ନୂଆ ଅବତାରରେ ଏସି ଟ୍ରେନ; ମିଳିବ ଓଟି ଭଳି ସ୍ବଚ୍ଛ ପବନ

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଲଓ୍ବେ ତା’ର ଶୀତତାପ ନିୟନ୍ତ୍ରିତ(ଏସି) ଟ୍ରେନ ଗୁଡିକରେ ଅପରେଶନ ଥିଏଟର(ଓଟି)ରେ ଉପଲବ୍ଧ ହେଉଥିବା ନିର୍ମଳ ବାୟୁ ସୁବିଧା ପ୍ରଦାନ କରିବ। ବର୍ତ୍ତମାନ ବ୍ୟବହାର ହେଉଥିବା ସର୍କୁଲେଟେଡ ଏୟାର ସୁବିଧା ପରିବର୍ତ୍ତେ ନୂଆ ବ୍ୟବସ୍ଥା ଲାଗୁ କରାଇବା ନେଇ ନିଷ୍ପତ୍ତି ହୋଇଛି। ପୂର୍ବ ବ୍ୟବସ୍ଥା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଥିବାରୁ ଏଭଳି ଯୋଜନା ହାତକୁ ନିଆଯାଉଛି ବୋଲି ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମେ ୧୨ରୁ ପରୀକ୍ଷଣ ଭିତ୍ତିରେ ରାଜଧାନୀ ଏକ୍ସପ୍ରେସ ରୁଟର ୧୫ ଯୋଡା ଏସି ଟ୍ରେନରେ ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି। ରୁଫ୍‌ ମାଉଣ୍ଟେଡ ଏସି ପ୍ୟାକେଜ ୟୁନିଟ(ଆର୍‌ଏମ୍‌ପିୟୁ) ସିଷ୍ଟମ ଦ୍ୱାରା ଉକ୍ତ ସେବା ଯୋଗାଇ ଦିଆଯିବ। ଓଟି ଭଳି ପ୍ରତି ଘଣ୍ଟାରେ ୧୬ରୁ ୧୮ଥର ଟ୍ରେନ କୋଚ୍‌ର ବାୟୁକୁ ପରିବର୍ତ୍ତନ କରିବା ସହ ସ୍ବଚ୍ଛ ପରିବେଶ ଯୋଗାଣରେ ଏହା ସହାୟକ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ପୂର୍ବରୁ ଏସି କୋଚ ଗୁଡିକରେ ଘଣ୍ଟାକୁ ୬ରୁ ୮ଥର ବାୟୁର ପରିବର୍ତ୍ତନ ହୋଇପାରୁଥିଲା। ଏହା ଦ୍ୱାରା ମାତ୍ର ୨୦% ସ୍ବଚ୍ଛ ବାୟୁ ମିଳି ପାରୁ ଥିବା ବେଳେ ବ୍ୟବହୃତ ବାୟୁର ଭାଗ ୮୦% ରହିଥିଲା। ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ଯୋଜନା ହାତକୁ ନିଆଯାଇଛି। ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ସହ କୋଚ୍‌ଗୁଡିକୁ ଆଇସୋଲେଶନ ଓ୍ବାର୍ଡରେ ପରିଣତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri