ଏସି ଶେଡ୍‌: ୨ ମାସରେ ବିଦ୍ୟୁତ ବିଲ୍‌ ୧୪.୧୭ ଲକ୍ଷ

ପୁରୀ,୧୮ା୩ (ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ବଡ଼ଦାଣ୍ଡରେ ସରକାର ନିର୍ମାଣ କରିଥିବା ଏସି ଶେଡ୍‌ ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଗତ ୨ ମାସରେ ଆସିଥିବା ବିଦ୍ୟୁତ ବିଲ୍‌କୁ ଦେଖି ଲୋକେ ବିସ୍ମୟ ପ୍ରକାଶ କରିଛନ୍ତି। ଏସି ଶେଡ୍‌ରେ ଗତ ୨ମାସରେ ୧ଲକ୍ଷ ୧୬ ହଜାର ୧୧ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ ହୋଇଛି, ଯାହାର ମୂଲ୍ୟ ୧୪ ଲକ୍ଷ ୧୭ ହଜାର ଟଙ୍କାରୁ ଅଧିକ। ସରକାରଙ୍କ ପକ୍ଷରୁ ଗତ ଜାନୁଆରୀରେ ବଡ଼ଦାଣ୍ଡ ଏସି ହ୍ୟାଙ୍ଗର୍‌ ବା ଶେଡ୍‌ ଏବଂ ଶ୍ରୀଜଗନ୍ନାଥ କାର୍ଯ୍ୟାଳୟଠାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ତଥା ପ୍ରତୀକ୍ଷାଳୟ ଲୋକାର୍ପିତ ହୋଇଥିଲା। ଭକ୍ତଙ୍କ କ୍ୟୁ ମ୍ୟାନେଜମେଣ୍ଟ ପାଇଁ ରାଜ୍ୟ ସରକାର ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ବିଶିଷ୍ଟ ଏସି ଶେଡ୍‌ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଉକ୍ତ ଏସି ଶେଡ୍‌ରେ ଏସି ଫ୍ୟାନ ଓ ଲାଇଟ୍‌ ଆଦି ଲଗାଯାଇଛି। ତେବେ ଉକ୍ତ ଏସି ଶେଡ୍‌ ଓ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ରରେ ଗତ ଜାନୁଆରୀ ଓ ଫେବୃଆରୀ ଦୁଇମାସର ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ଏବେ ଚିନ୍ତା ବଢ଼ିଛି। ଏହି ଦୁଇମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତୀକ୍ଷାଳୟ ବିଦ୍ୟୁତ୍‌ ବିଲ୍‌ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି। ଯଦି ଏପରି ବିଲ୍‌ ଆସେ, ତେବେ ଗୋଟିଏ ବର୍ଷ ମଧ୍ୟରେ ଏହା ୧ କୋଟି ଟଙ୍କା ପାରିହେବ ବୋଲି ଅନୁମାନ କରାଯାଉଛି। ବିଲ୍‌ ବାବଦକୁ ଜାନୁଆରୀ ମାସର ବିଦ୍ୟୁତ୍‌ ଦେୟ ୪ ଲକ୍ଷ ୩୫ ହଜାର ୩୬୧ ଟଙ୍କା ଓ ଫେବୃଆରୀ ମାସ ପାଇଁ ୯ ଲକ୍ଷ ୮୬ ହଜାର ୯୫୯ ଟଙ୍କା ହୋଇଛି। ରିହାତି ପରେ ଦୁଇ ମାସର ବିଲ୍‌ ବାବଦ ସମୁଦାୟ ୧୪ ଲକ୍ଷ ୧୭ ହଜାର ୬୩୦ ଟଙ୍କା ଦେବାକୁ ପଡ଼ିବ ବୋଲି ବିଦ୍ୟୁତ୍‌ ବିଭାଗର ଚିଠିରେ ଉଲ୍ଲେଖ ରହିଛି। ତେବେ ଖରାଦିନରେ ଏସି ବିଲ୍‌ ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ଏନେଇ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏତେ ପରିମାଣରେ ଆସିଥିବା ବିଦ୍ୟୁତ୍‌ ବିଲ୍‌ କିପରି ଭରଣା କରାଯିବ ତାହା ବୁଝାପଡୁନି। ଏତେ ପରିମାଣର ବିଦ୍ୟୁତ ବିଲ୍‌କୁ ଭରଣା କରିବା ପାଇଁ ସୋଲାର ବ୍ୟବସ୍ଥା କରାଯାଉ। ନଚେତ ରାଜ୍ୟ ସରକାର ଏହାର ଭାର ବହନ କରିବା ସହ କମ୍ପାନୀ ବିଦ୍ୟୁତ୍‌ ବିଲ୍‌ ସମ୍ପୂର୍ଣ୍ଣ ଛାଡ଼ କରୁ। କାରଣ ଭକ୍ତଙ୍କ ପାଇଁ ଏସି ବ୍ୟବସ୍ଥା କରାଯାଇଛି। ସରକାର ଏଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାସ ମହାପାତ୍ର ମତବ୍ୟକ୍ତ କରିଛନ୍ତି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, କେବଳ ଏସି ଶେଡ୍‌ ନୁହେଁ, ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ସମସ୍ତ ଭକ୍ତନିବାସ, ପରିକ୍ରମା ମାର୍ଗ, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଜିନିଷକୁ ଯଦି ମିଶାଯାଏ, ତେବେ ଦିନକୁ ବିଦ୍ୟୁତ୍‌ ବିଲ୍‌ ପ୍ରାୟ ୨ ଲକ୍ଷ ଟଙ୍କା ପଡ଼ିପାରେ। ତେଣୁ ଯେପରି ଏହି ବିଲ୍‌ କମ୍‌ କରାଯାଇପାରିବ, ସେ ନେଇ ବିକଳ୍ପ ବ୍ୟବସ୍ଥା କରିବା ସହ ଗ୍ରୀନ ଏନର୍ଜି ବ୍ୟବହାର କରିବା ଆବଶ୍ୟକ ବୋଲି ମହାପାତ୍ର ମତ ଦେଇଛନ୍ତି। ଅପରପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ କହିଛନ୍ତି, ଏସି ଶେଡ୍‌ର ଯେଉଁ ବିଦ୍ୟୁତ ବିଲ୍‌ ଆସିଛି ତାହାକୁ ତର୍ଜମା କରାଯାଉଛି। ଏନେଇ ବିଭାଗୀୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟରଙ୍କ ସହ ଆଲୋଚନା କରାଯାଉଛି। କେତେ ଏସି ଲାଗିଛି ଓ କେତେ ୟୁନିଟ୍‌ ବିଦ୍ୟୁତ ବ୍ୟବହାର କରାଯାଇଛି ଆଦି ସମସ୍ତ ବିଷୟ ଉପରେ ତର୍ଜମା କରାଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି କିପରି ବିଲ ପୈଠ କରାଯିବ, ସେ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri