ଡାୟାଲିସିସ୍‌ ସେବା ୟୁନିଟ୍‌ରେ ଏସି, ଫ୍ୟାନ୍‌ ଅଚଳ

ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ ଯୋଗୁ କିଡ୍‌ନୀ ରୋଗୀ ହଟହଟା ହେଉଛନ୍ତି । ପ୍ରାୟ ୧ମାସ ହେଲା ଫ୍ୟାନ ଓ ଏସି ଅଚଳ ରହିଥିଲେ ମଧ୍ୟ ମରାମତି କରାଯାଉନି ।
ଭଡ଼ାରେ ଫ୍ୟାନ ଆଣି ରୋଗୀ ସେବା ଚାଲିଛି । ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଏହାର ନିରାକରଣ କରାଯାଉନାହିଁ ।
ଡାୟାଲିସିସ୍‌ ସେବା ୟୁନିଟରେ ୩ଟି ଏସି ରହିଛି । ସଂକ୍ରମଣ ୟୁନିଟରେ ଗୋଟିଏ ଥିବାବେଳେ ଅନ୍ୟ ୨ଟି ଡାଏଲିସିସ୍‌ ସେବା ୟୁନିଟରେ ଅଛି । ଶୁକ୍ରବାର ରାତିରେ ଡାୟାଲିସିସ୍‌ ସେବା ୟୁନିଟର ଗୋଟିଏ ଏସି ଚୋରି ହୋଇଯାଇଥିବାବେଳେ କେବଳ ଗୋଟିଏ ଏସି କାମ କରୁଛି । ସେହିପରି ସଂକ୍ରମଣ ୟୁନିଟ୍‌ରେ ଗୋଟିଏ ଏସି ଅଚଳ ହୋଇ ପଡିଛି । ସେଥିପାଇଁ ଭଡ଼ାରେ ଆଣି ରୋଗୀ ପାଖରେ ଏକ ଷ୍ଟାଣ୍ଡ ଫ୍ୟାନ୍‌ ଲାଗିଛି । ଅନ୍ୟପକ୍ଷେ ରୋଗୀଙ୍କ ସମ୍ପର୍କୀୟ ପାଇଁ ଥିବା ଡାଏଲିସିସ୍‌ ସେବା ୟୁନିଟ୍‌ର ବାରଣ୍ଡାରେ ୨ଟି ଫ୍ୟାନ୍‌ ଅଚଳ ହୋଇ ରହିଛି ।

ଉଦ୍‌ଘାଟନ ପରେ ଆଇସିୟୁରେ ତାଲା
ଜିଲା ମୁଖ୍ୟ ଚିକିତ୍ସାଳୟରେ ସହାୟ ନିଃଶୁଳ୍କ ଡାଏଲିସିସ୍‌ ସେବା ୟୁନିଟ ସମ୍ମୁଖରେ ରହିଛି ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)। ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆଇସିୟୁ ନିହାତି ଦରକାର । ପ୍ରାୟ ୧ବର୍ଷ ତଳେ ଏହାକୁ ଉଦ୍‌ଘାଟନ କରାଯାଇଥିଲା । ମାତ୍ର ୧୦ ଦିନ ଚାଲିବା ପରେ ଏଥିରେ ତାଲା ଝୁଲୁଛି । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମେଡିସିନ୍‌ ସ୍ପେଶାଲିଷ୍ଟ ଶତ୍ରୁଘ୍ନ ନାୟକ,ଦୀପ୍ତିମୟୀ ବେହେରା ଏବଂ ଦୁଇ ଜଣ ନର୍ସ ତାଲିମ ପାଇଛନ୍ତି । ତେବେ ଆଇସିୟୁ ନ ଖୋଲିବାର କାରଣ ଜଣାପଡୁନି ।
ଅକ୍ସିଜେନ ପ୍ଲାଣ୍ଟ କାମରେ ଲାଗୁନି
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ରହିଛି । ହେଲେ ଅକ୍ସିଜେନ ପ୍ଲାଣ୍ଟ କାମ କରୁ ନ ଥିବା ଅଭିଯୋଗ ହୋଇଆସୁଛି । ନିଃଶୁଳ୍କ ଡାଏଲିସିସ୍‌ ସେବା ୟୁନିଟରେ ରୋଗୀଙ୍କୁ ଅକି୍ସଜେନ ଯୋଗାଣ ପାଇଁ ପାଇପ୍‌ ପଡି ସାରିଛି । ହେଲେ ଅକ୍ସିଜେନ ଆସୁନି । ଏନେଇ ଜିଲା ମୁଖ୍ୟ ଚିକିସତ୍ାଧିକାରୀ ମକରନ୍ଦ ବେଉରା କୁହନ୍ତି, ଅକ୍ସିଜେନ୍‌ ପ୍ଲାଣ୍ଟ କାମ କରୁଛି । ମେଡିସିନ, ଶିଶୁ ପରି ୱାର୍ଡରେ କାମରେ ଲାଗୁଛି । ନିଃଶୁକ୍ଲ ଡାୟାଲିସିସ୍‌ ସେବା ୟୁନିଟରେ ଏହାର ଆବଶ୍ୟକତା ନ ଥିବାରୁ କନେକଶନ୍‌ ଦିଆଯାଇନି । ଅନ୍ୟପକ୍ଷେ ଆଇସିୟୁ ଉଦ୍‌ଘାଟନ ହୋଇଛି । ଏଥିପାଇଁ ୪ଜଣ ଡାକ୍ତର, ୮ଜଣ ଷ୍ଟାଫ ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଆବଶ୍ୟକତା ଅଛି । ଏଣୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।
ନୂଆ ଡାକ୍ତର ନିୟୋଜିତ ହେବା ପରେ ପଦକ୍ଷେପ ନିଆଯିବ । ସହାୟ ନିଃଶୁଳ୍କ ଡାଏଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ୍‌ ଅଚଳ ହେବା ନେଇ ଜାଣିବା ପରେ ତୁରନ୍ତ ଏହାର ମରାମତି ଅଥବା ନୂଆ ଦରକାର ହେଲେ ଲଗାଇବାକୁ କୁହାଯାଇଛି । ଜିଲା ମୁଖ୍ୟ ଚିକିସତ୍ାଳୟର ବିଭିନ୍ନ ୱାର୍ଡରେ ମଧ୍ୟ ଏସି ଓ ଫ୍ୟାନ୍‌ ଅଚଳ ହୋଇଛି । ଏହାର ମରାମତି କାମ ଆରମ୍ଭ ହୋଇଛି । ତେବେ ଏସିକୁ ୨୪ ଘଣ୍ଟା ମଧ୍ୟରେ କିଛି ସମୟ ବନ୍ଦ କରିବାର ନିୟମ ରହିଛି । ହେଲେ ତାହା କରାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ରୋଗୀ ସବିତା ପ୍ରଧାନ, ବିମଳ ନାୟକ, ରାମଚନ୍ଦ୍ର ସାହୁ କୁହନ୍ତି, ସହାୟ ନିଃଶୁଳ୍କ ଡାଏଲିସିସ୍‌ ସେବା ୟୁନିଟ ସମେତ ଶିଶୁ ୱାର୍ଡ ଓ ଗାଇନିକ୍‌ ୱାର୍ଡରେ ଏସି କାମ କରୁନି । ରୋଗୀ ହଟହଟା ହେଉଛନ୍ତି । ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ଦରକାର । ଅନ୍ୟପକ୍ଷେ ଆଇସିୟୁ ଓ ଅକ୍ସିଜେନ ପ୍ଲାଣ୍ଟ କିପରି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେନେଇ ସିଡିଏମ୍‌ଓ ଓ ଜିଲାପାଳ ପଦକ୍ଷେପ ନେବା ଜରୁରୀ ବୋଲିି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?