ମାର୍ଶାଘାଇ-ଅନ୍ତେଇରେ ABVP ବିଜୟୀ: କରିଲୋପାଟଣା ମହାବିଦ୍ୟାଳୟରେ ମହାପ୍ରସାଦ ସଭାପତି

ମାର୍ଶାଘାଇ,୧୫।୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ ଅଞ୍ଚଳରେ ରହିଥିବା ମାର୍ଶାଘାଇ ଡିଗ୍ରୀ ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅନ୍ତେଇ ଓ କରିଲୋପାଟଣା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇ ଫଳାଫଳ ପ୍ରକାଶ ପାଇଛି l ମାର୍ଶାଘାଇ ମହାବିଦ୍ୟାଳୟରେ ସଭାପତି ଭାବେ ଆକାଶ ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି l ଆକାଶ ବିଶ୍ୱାଳ ୫୧୩ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ୩୩୬ ଖଣ୍ଡ ଭୋଟ ମିଳିଛି l ମାର୍ଶାଘାଇ ମହାବିଦ୍ୟାଳୟରେ ସାଧାରଣ ସମ୍ପାଦକ ଭାବେ ମନୋଜ ପରିଡା, ଉପସଭାପତି ଭାବେ ଶାନ୍ତନୁ ମଣ୍ଡଳ ନିର୍ବାଚିତ ହୋଇଛନ୍ତି l ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ସଭାପତି ଭାବେ ଅରୁନ୍ଧତୀ ଦାସ ନିର୍ବାଚିତ ହୋଇଛନ୍ତି। ଅରୁନ୍ଧତୀଙ୍କୁ ୧o୨ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ତନୁଜା ଦାସଙ୍କୁ ୭୯ ଖଣ୍ଡ ଭୋଟ ମିଳିଛି l ସେହିପରି ଉପସଭାପତି ଭାବେ ଦେବୀ ପ୍ରସାଦ ନାୟକ ଓ ସାଧାରଣ ସମ୍ପାଦକ ଭାବେ ପପୁନା ମଲ୍ଲିକ ନିର୍ବାଚିତ ହୋଇଛନ୍ତି l

କରିଲୋପାଟଣା ମହାବିଦ୍ୟାଳୟରେ ସଭାପତି ଭାବେ ମହାପ୍ରସାଦ ଦାସ ନିର୍ବାଚିତ ହୋଇଛନ୍ତି। ମହାପ୍ରସାଦଙ୍କୁ ୧୯୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସତ୍ୟବ୍ରତ ମଲ୍ଲିକଙ୍କୁ ୧୩୭ ଖଣ୍ଡ ଭୋଟ ମିଳିଛି l ସେହିପରି କରିଲୋପାଟଣା ମହାବିଦ୍ୟାଳୟରେ ଉପ ସଭାପତି ଭାବେ ବିଶ୍ୱଜିତ ନାୟକ ଓ ସାଧାରଣ ସମ୍ପାଦକ ଭାବେ ସୁଶୀଲ କୁମାର ଜେନା ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ମାର୍ଶାଘାଇ ଓ ଅନ୍ତେଇ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ନିର୍ବାଚିତ ବିଜୟୀ ସଭାପତି ଏବିଭିପି ସମର୍ଥିତ ବୋଲି ଜଣାପଡିଥିବାବେଳେ କରିଲୋପାଟଣା ମହାବିଦ୍ୟାଳୟରେ ବିଜୟୀ ସଭାପତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥିତ ବୋଲି ଜଣାପଡିଛି l

 

Dharitri – Odisha’s No.1 Odia Daily

 

Share